ନାବାଳିକା ଅପହରଣ ମାମଲାରେ ଜେଲ ଗଲେ ଯୁବକ

ବାଲିଅନ୍ତା: ପାହାଳ ଫାଣ୍ଡି ପୁଲିସ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା କଟକ ଜିଲ୍ଲା କଟକସଦର ଥାନା ଅଧୀନ ଅରଡ଼ିଆପଡ଼ା ଗ୍ରାମର ବିକ୍ରମ ନାଥ (୨୨)। କୋର୍ଟରେ ବିକ୍ରମର ଜାମିନ ଖାରଜ ହୋଇଯିବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ବିକ୍ରମ ବିରୋଧରେ ସଂପୃକ୍ତ ନାବାଳିକାଙ୍କ ବାପା ପାହାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବାଲିଅନ୍ତା ଥାନାରେ ନଂ ୨୩୭/୨୧ରେ ଏସଂକ୍ରାନ୍ତୀୟ ମାମଲା ରୁଜୁ ହୋଇଥିଲା।

ଗତକାଲି ପାହାଳ ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ବାଳ ଜଗତସିଂହପୁର ଅଞ୍ଚଳରେ ଚଢ଼ଉ କରି ଉଭୟ ଯୁବକଙ୍କ ସମେତ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଗତକାଲି ବାଳକାଟି ହସ୍ପିଟାଲରେ ନାବାଳିକା‌ଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଆଜି ବିକ୍ରମଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ନାବାଳିକାଙ୍କୁ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନା ମୁତାବକ ବିକ୍ରମ ଗତ ୭ ତାରିଖ ରାତିରେ ନାବାଳିକାଙ୍କୁ ଘର ନିକଟରୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ହେଲେ ନାବାଳିକା ଅପହରଣ କରାଯିବାର ୧୧ଦିନ ପରେ ପୁଲିସ ଉଭୟ ଯୁବକ ଏବଂ ନାବାଳିକାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର