ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଅପହରଣ, ଜେଲଗଲା ଯୁବକ

ଧଉଳି: ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିନେବା ମାମଲାରେ ଆଜି ସ୍ଥାନୀୟ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କେର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଖୋର୍ଧା ଜିଲ୍ଲା ଜଟଣୀ ଥାନା ରାଜାବଜାର ଅଞ୍ଚଳର ସୟଦ ଇମତାଜ ଉଦ୍ଦିନ (୧୯)। ତେବେ କୋର୍ଟରେ ଜାମିନ ନାଂମରୁର ହେବାରୁ ଇମତାଜକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଧଉଳି ଥାନା ଅଞ୍ଚଳର ସଂପୃକ୍ତ ଅପହୃତା ନାବାଳିକାଙ୍କ ବାପା ଇମତାଜଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି ।

ଅଭିଯୋଗ ଆଧାରରେ ନଂ ୪୪/୨୧ ରେ ଏସଂକ୍ରାନ୍ତୀୟ ମାମଲା ରୁଜୁ ହୋଇଛି । ପୁଲିସ ସୂଚନା ମୁତାବକ ଇମତାଜ ପରିବାର ଲୋକଙ୍କ ସହ ଏଠାରେ ରୁହନ୍ତି । ଇମତାଜଙ୍କର ସ୍ଥାନୀୟ ଅଞ୍ଚଳର ଉକ୍ତ ନାବାଳିକାଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଗଲା ୧୭ ତାରିଖରେ ୧୬ ବର୍ଷୀୟ ଏହି ନାବାଳିକା କଲେଜ ଯାଇ ଆଉ ଘରକୁ ଫେରିନଥିଲା । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଝିଅର ପତ୍ତା ମିଳିନଥିଲା। ଶେଷରେ ନିରାଶ ହୋଇ ସନ୍ଦେହରେ ଇମତାଜ ଅପହରଣ କରି ନେଇଥିବା ସଂକ୍ର‌ାନ୍ତରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରି ଉଦ୍ଧାର କରିବାକୁ ପୁଲିସର ସହାୟତା ଲୋଡ଼ିଥିଲେ । ଆଜି ଧଉଳି ଥାନା ପୁଲିସ ଉଭଙ୍କୁ ଜଟଣୀରୁ ଉଦ୍ଧାର କରି ଥାନାକୁ ଆଣିଥିଲା । ହେଲେ ଇମତାଜଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକାଙ୍କୁ ଘର ଲୋକଙ୍କ ଜିମା ଦେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର