ଦ୍ବିତୀୟ ବିବାହ କରି ଜେଲ୍‌ ଗଲେ ୩ ସନ୍ତାନର ଜନକ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅର୍ନ୍ତଗତ କଦଳୀଗଡ଼ ପଞ୍ଚାୟତ କନ୍ଧରା ଗ୍ରାମରର ସଂଜୟ ବେହେରା (୨୬) ଦ୍ବିତୀୟ ବିବହ କରି ଜେଲ୍‌ ଯାଇଛି। ତାଙ୍କ ପୂର୍ବରୁ ୩ଟି ସନ୍ତାନ ଅଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ ସଂଜୟ କିଛି ବର୍ଷ ତଳେ କନ୍ଧରା ଗ୍ରାମର ଭାରତୀ ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ୩ ସନ୍ତାନ ଅଛନ୍ତି। ହେଲେ ପ୍ରଥମ ସ୍ତ୍ରୀକୁ କିଛିଦିନ ହେଲା ଗାଳିଗୁଲଜ କରିବା ସହିତ ମାଡ଼ଧର କରୁଥିଲା। ବୁଧବାର ସଂଜୟ ସୋନପୁର ଅଞ୍ଚଳର ଜଣେ ଯୁବତୀକୁ ବିବାହ କରି ନିଜ ଘର କନ୍ଧରାକୁ ଆଣିଥିଲା। ସ୍ବାମୀଙ୍କ ସହିତ ଅନ୍ୟ ଏକ ଯୁବତୀକୁ ବୋହୂ ବେଶରେ ଦେଖି ପ୍ରଥମ ପତ୍ନୀ ଭାରତୀ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲା। ସେ ଏହି ବିବାହକୁ ବିରୋଧ କରିଥିଲା। ଫଳରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଶେଷରେ ଭାରତୀ ସ୍ବାମୀ ସଂଜୟଙ୍କ ବିରୋଧରେ ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏହାର ତଦନ୍ତ କରିବା ସହିତ ସଂଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତୋକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର