ମୋବାଇଲ ଚୋରି ଅଭିଯୋଗରେ ଯୁବକକୁ ଗାଁ ଦାଣ୍ଡରେ ଶାସ୍ତି 

ଡାବୁଗାଁ: ମୋବାଇଲ ଚୋରି ପରେ ଜଣେ ଯୁବକ ଧରା ପଡ଼ିବାରୁ ଗାଁ ଦାଣ୍ଡରେ ହାତ ଗୋଡ ବାନ୍ଧି ଶାସ୍ତି ଦିଆଯାଇଛି। ଚୋରି କରିଥିବା ଯୁବକର ହାତ ଓ ଗୋଡକୁ ବାନ୍ଧି ଗାଁ ଦାଣ୍ଡରେ ଶାସ୍ତି ଦିଆଯାଇଥିବାର ସାମାଜିକ ଗଣମାଧ୍ୟମରେ ଫୋଟୋ ହୋଇଛି ଭାଇରାଲ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସିନ୍ଧିଭଟ୍ଟା ଗ୍ରାମରେ। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ପଣ୍ଡୁଗୁଡା ପଞ୍ଚାୟତ ଅନ୍ତର୍ଗତ ପୁଜାରିଗୁଡ଼ା ଗ୍ରାମର ଜଣେ ଯୁବକ ସେହି ଗ୍ରାମର ଏକ ମୋବାଇଲ ଚୋରି କରି ନେଇଥିଲା । ତେବେ ଚୋରି ମୋବାଇଲ ଧରି ଯୁବକ ଜଣକ ତା ସ୍ତ୍ରୀ ସହ ଡାବୁଗାଁ ଥାନା ବଡ ପାଞ୍ଜିଆରି ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମକୁ ତା ନିଜ ସମ୍ପର୍କୀୟ ଘରେ ବୁଲି ଆସିଥିଲା।

ଏହି ମୋବାଇଲ ଚୋର ସମ୍ପର୍କରେ କୌଣସି ସୂତ୍ରରୁ ମୋବାଇଲ ମାଲିକ ଜାଣିବା ପରେ ଗତ ୧୩ ନଭେମ୍ବର ଶନିବାର ଦିନ ସିନ୍ଧିଭଟ୍ଟା ଗ୍ରାମରେ ଦୁଇରୁ ତିନି ଜଣ ପହଞ୍ଚି ଥିଲେ। ସେହି ସମୟରେ ଚୋରି କରିଥିବା ଯୁବକର ସ୍ତ୍ରୀ ହାତରେ ମୋବାଇଲ ଥିଲା। ଏହା ଚୋରି ମୋବାଇଲ ବୋଲି ସେମାନେ କହିବା ସହ ଚୋରି କରିଥିବା ଯୁବକକୁ ଡାକିବାକୁ କହିଲେ। ମୋବାଇଲ ଚୋରି କରିଥିବା ଯୁବକ ଏ ସମ୍ପର୍କରେ ଜାଣିବା ପରେ ସେଠାରୁ ଖସି ଯିବାକୁ ଚେଷ୍ଟା କରିବା ସମୟରେ ଗ୍ରାମବାସୀ ସହାୟତାରେ ଚୋର ଯୁବକକୁ କାବୁ କରିଥିଲେ। ଚୋରକୁ ଦୁଇ ଗୋଡ଼ ଓ ହାତ ବାନ୍ଧି ତାଙ୍କ ନିଜ ଗ୍ରାମ ପୂଜାରୀଗୁଡ଼ା ନେଇ ଯାଇଥିଲେ। ସିନ୍ଧି ଭଟ୍ଟା ଗ୍ରାମରେ ମୋବାଇଲ ଚୋରକୁ ହାତ ଗୋଡ ବନ୍ଧା ହୋଇଥିବାର ଫୋଟ କେହି ଉତ୍ତଳନ କରି ଭାଇରାଲ କରିଥିବା ବେଳେ ଏହା ଡାବୁଗାଁ ଥାନା ଅଞ୍ଚଳ ରେ ଚର୍ଚା ର ବିଷୟ ପାଲଟିଛି।

 

ସମ୍ବନ୍ଧିତ ଖବର