ଅନୁଗୁଳ: ଆଜି ପୁରୁଣାକୋଟ ଥାନା ଅନ୍ତର୍ଗତ ଓଲାବରି ଗ୍ରାମର ଜଣେ ଯୁବକ ୧୧ କେଭି ବିଦ୍ୟୁତ ତାର ଧରି ଗୁରୁତର ହୋଇଛନ୍ତି। ଗୁରୁତର ଯବକଙ୍କ ନାଁ ସୁକାନ୍ତ ସାହୁ(୩୨)। ଆଜି ତାଙ୍କ ପରିବାରରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ସେ ଏଥିରେ ରାଗି ଯାଇ ଘର ପାଖରେ ଥିବା ଏକ ୧୧ କେଭି ବିତ୍ୟୁତ ଖୁଣ୍ଟରେ ଚଢ଼ି ଯାଇଥିଲେ। ପରିବାର ଲୋକେ ତଥା ଗ୍ରାମବାସୀ ତାଙ୍କୁ ବାରଣ କରିଥିଲେ। ହେଲେ ସେ କାହା କଥା ନଶୁଣି ଉକ୍ତ ବିଦ୍ୟୁତ ଖୁଣ୍ଟରେ ସରବରାହ ହେଉଥିବା ୧୧ କେଭି ବିଦ୍ୟୁତ ତାରକୁ ଧରି ପକାଇଥିଲେ। ଫଳରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ଦୁଇ ହାତ, ପେଟ ଓ ଗୋଡ଼ ଜଳି ଯାଇ ବିଦ୍ୟୁତ ଖୁଣ୍ଟ ଉପରୁ ଅଚେତ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ଏଥି ସହିତ ତାଙ୍କ ବାମ ଗୋଡ଼ର ଜଙ୍ଘ ଭାଙ୍ଗିଯାଇଥିବା ମଧ୍ୟ ଜଣାପଡ଼ିଛି। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣା ପଡ଼ିଛି।
ପରିବାର ଲୋକଙ୍କ ସହ ବଚସା: ୧୧ କେଭି ବିଦ୍ୟୁତ ତାର ଧରି ଯୁବକ ଗୁରୁତର
/sambad/media/post_attachments/wp-content/uploads/2020/02/electric.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)