ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବତୀ ହାତ କାଟି କ‌ଲେ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । ରାଜଧାନୀ ବାସିନ୍ଦା ହୋଲି ପାଳନ କରୁଥିବା ବେଳେ ସାମ୍ନାକୁ ଆସିଛି ଯୁବତୀଙ୍କ ଏକ କାରନାମା । ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଯୁବତୀ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ରିପୋର୍ଟ ଲେଖାଯିବା ବେଳକୁ ଯୁବତୀ ଜଣକ ଅଚେତ ଅବସ୍ଥାରେ ଥିଲେ । ଯୁବତୀ ଜଣଙ୍କ କାହିଁକି ଏମିତି କଲେ? ତାଙ୍କ ସହ କ’ଣ ଏମିତି ହେଲା ଯେ ସେ ନିଜ ହାତକାଟି ଦେଲେ ତାହା ଏଯାଏଁ ଜଣାପଡି ନଥିବା ବେଳେ ଖାରବେଳନଗର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସମ୍ବନ୍ଧିତ ଖବର