ଯାଜପୁର: ଯାଜପୁର ଜିଲ୍ଲା ଖରସ୍ରୋତା ବ୍ରିଜ୍‌ ଉପରେ ଅଘଟଣ ଘଟିଛି। ଖରସ୍ରୋତା ବ୍ରିଜ ଉପରୁ ନଦୀକୁ ଡେଇଁ ଜଣେ ଯୁବତୀ ନିଖୋଜ ହୋଇଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। 

Advertisment

ଖବର ଅନୁଯାୟୀ, ଖରସ୍ରୋତା ବ୍ରିଜ୍‌ ଉପରେ ଜଣେ ଯୁବତୀ ସ୍କୁଟି, ଜୋତା ଏବଂ ମୋବାଇଲ୍‌ ଫୋନ୍‌ ରଖି ନଦୀକୁ ଡେଇଁପଡିଛନ୍ତି । କେଉଁ କାରଣ ପାଇଁ ଯୁବତୀ ଜଣଙ୍କ ନଦୀକୁ, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ସୁଦ୍ଧା ଯୁବତୀ ନିଖୋଜ ରହିଛନ୍ତି । 

ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ସନ୍ଧାନ ଆରମ୍ଭ କରିଛି।  ନିଖୋଜ ଯୁବତୀଙ୍କ ନାମ ମନ୍ଦାକିନୀ ସାମଲ ବୋଲି କୁହାଯାଉଛି।