ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଗଞ୍ଜାଧାର ଜଳ ସେଚନ ପ୍ରକଳ୍ପର ମୁଖ୍ୟ କେନାଲକୁ ବୁଧବାର ସନ୍ଧ୍ୟା ସମୟରେ ବେଲପଡା ବ୍ଲକ କୁମାରଖୁନ ଗ୍ରାମର ଡମ୍ବରୁ ଓରଫ ଦୀପକ ପୁଟେଲ ମାଛ ଧରିବା ପାଇଁ ଯାଇଥିଲେ। ସେଠାରେ ସେ ପାଣିରେ ବୁଡ଼ି ଯାଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ତାଙ୍କର ସାନ ଭାଇ ବିଶ୍ବଜିତ ପୁଟେଲ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ବିଶ୍ବତିତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି।
ବେଲପଡା ବ୍ଲକ ବାଗଦୋର ପଞ୍ଚାୟତ ଅନ୍ତର୍ଗତ କୁମାରଖୁନ ଗ୍ରାମର ଡମ୍ବରୁ ଓରଫ ଦୀପକ ପୁଟେଲ କିଛି ଲୋକଙ୍କ ସହିତ ନିକଟସ୍ଥ ଗଞ୍ଜାଧାର ଜଳ ସେଚନ ପ୍ରକଳ୍ପର ମୁଖ୍ୟ କେନାଲକୁ ମାଛ ଧରିବା ପାଇଁ ଯାଇଥିଲେ। ଧରିଥିବା ମାଛ ମଧ୍ୟରୁ ଗୋଟିଏ ବଡ ମାଛ କେନାଲକୁ ପଳାଇ ଯାଉଥିବା ଦେଖି ଦୀପକ କେନାଲକୁ ଯାଇଥିଲେ। ସେଠାରୁ ଦୀର୍ଘ ସମୟ ଧରି ନ ବାହାରି ନ ଥିଲେ। ପରେ ତାଙ୍କ ସହିତ ଯାଇଥିବା ଲୋକେ ଦୀପକର ମୃତଦେହ ଦେଖି ଉଦ୍ଧାର କରି ଘଟଣା ସମ୍ପର୍କରେ ସେମାନେ ଦୀପକଙ୍କ ପରିବାରବର୍ଗଙ୍କୁ ଜଣାଇଥିଲେ।
ଏହି ଖବର ଶୁଣି ଦୀପକର ସାନ ଭାଇ ବିଶ୍ବଜିତ ପୁଟେଲ ବିଷପାନ କରିଥିଲେ। ତାଙ୍କୁ ପ୍ରଥମେ ବେଲପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଓ ପରେ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ୧ଟା ପରେ ବିଶ୍ବଜିତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ବିଶ୍ବଜିତଙ୍କ ଶବ ବ୍ୟବଚ୍ଛେଦ କରାଯାଇ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରା ଯାଇଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/c27e5f24-ff77-4f9c-99ed-35e6082074b6.jpg)