ମଝିଆଁ ଭାଇର ତୀର ମାଡ଼ରେ ବଡ ଭାଇ ଗୁରୁତର

ସିଙ୍ଗଡ଼ା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ମଝିଆଁ ଭାଇର ତୀର ମାଡ଼ରେ ବଡ଼ଭାଇ ଗୁରୁତର ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, ଗତକାଲି ରାତି ୯.୩୦ ସମୟରେ ଦୁଇ ଭାଇ ମଧ୍ୟରେ ସାମାନ୍ୟ ବଚସା ହେବାପରେ ଝଗଡ଼ାର ରୂପ ନେଇଥିଲା । ମଝିଆ ଭାଇ ତିବରୁ ପିଙ୍ଗୁଆ ରାଗିଯାଇ ସଙ୍ଗେ ସଙ୍ଗେ ଘରୁ ଧନୁ ତୀର ଆଣି ବଡ଼ ଭାଇକୁ ମାରିଥିଲା। ଫଳରେ ବୁଧୁରାମଙ୍କ ପେଟରେ ଏହି ତୀର ବାଜିଥିଲା। ଆହତ ବୁଧୁରାମ(୩୦)ଙ୍କୁ ପଡ଼ୋଶୀ ଓ ଗ୍ରାମବାସୀଙ୍କ ସହାୟତାରେ କରଞ୍ଜିଆ ହସ୍ପିଟାଲ ଡାକ୍ତରଖାନାକୁ ଆଣି ଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କରଞ୍ଜିଆ ଥାନା ଅଧିକାରିଣୀ ସରୋଜିନୀ ସିଂ ଖବରପାଇ ହସ୍ପିଟାଲରେ ପହଞ୍ଚି ଘଟଣା ବିଷୟରେ ଜାଣିବା ପରେ ତୀର ମାଡ଼ କରିଥିବା ମଝିଆଁ ଭାଇ ତିବରୁ ପିଙ୍ଗୁଆକୁ ଥାନାରେ ଅଟକ ରଖି ତଦନ୍ତ ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର