ଫୁଲବାଣୀ: କନ୍ଧମାଳ ଜିଲ୍ଲା ଲାଇନପଡା ଫାଣ୍ଡି ମଲିକଗାଁର ସୌରଭ ସୁମନ ଭୋଇ ନାମକ ଜଣେ ଯୁବକ ଏକ ଗଛରେ ରସି ଲଗାଇ ଝୁଲୁଥିବା ଅବସ୍ଥାରେ ପୁଲିସ ଉଦ୍ଦାର କରିଛି। ସୌରଭ ଗତକାଲି ସଂଧ୍ୟାରେ ଭଉଣୀ ସହ ଗୁପୁଚୁପ ଖାଇଥିଲେ। ତାପରେ ବାହାରକୁ ଆସି ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଆଜି ସକାଳେ ଘରଠାରୁ ଏକ କିଲୋମିଟର ଦୁର ବ୍ରାହ୍ମଣୀଦେବୀ ଜଙ୍ଗଲ ଏକ ଶାଳ ଗଛରେ ସୌରଭ ରସିରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହା ଆତ୍ମହତ୍ୟା ବୋଲି କିଛି କହୁଥିବା ବେଳେ ପରିବାର ଲୋକ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। କିଛି ବିରୋଧୀ ତାକୁ ମାରି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଛନ୍ତି। ତେଣୁ ଏହାର ନିରପେକ୍ଷ ତଦନ୍ତ ନିମନ୍ତେ ପରିବାର ଲୋକ ଦାବି କରିଛନ୍ତି। ସୌରଭ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ହତ୍ୟା କରାଯାଇଛି କାରଣ ଅସ୍ପଣ୍ଟ ରହିଥିବା ବେଳେ ମାମଲା ରୁଜୁ କରି ପୁଲିସ ଏ ନେଇ ତଦନ୍ତ ଚଳାଇଛି।
ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
/sambad/media/post_attachments/wp-content/uploads/2019/12/suicide-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)