ଧର୍ମଗଡ଼: ନିଜ ବାନ୍ଧବୀର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଘଟଣାରେ ଅଭିଯୁକ୍ତ ଥିବା ଗୁପ୍ତେଶ୍ୱର ବେହେରାର ଘର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବୋଲି ପୁଲିସ ଜଣାଇଛି। କଳାହାଣ୍ଡି ଧର୍ମଗଡ଼ ସହରର ଜଣେ ଯୁବତୀ ପାରଳାଖେମୁଣ୍ଡି ସ୍ଥିତ ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିଲେ। ସେତେବେଳେ ଗୁପ୍ତେଶ୍ୱରଙ୍କ ସହିତ ତାଙ୍କର ପ୍ରେମସଂପର୍କ ହୋଇଥିଲା। ପ୍ରାୟ ୧୫ବର୍ଷ ହେବ ସେମାନଙ୍କ ମଧ୍ୟରେ ସଂପର୍କ ରହିଥିଲା।
ଏଥିପାଇଁ ଗୁପ୍ତେଶ୍ୱର ନିଜ ପତ୍ନୀଙ୍କୁ ବି ଛାଡ଼ି ଦେଇଥିଲେ। ସମୟକ୍ରମେ ଯୁବତୀଙ୍କ ବିବାହ ଜବଦଲପୁରରେ ସ୍ଥିର ହେବାପରେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ପ୍ରତାରଣାର ଶିକାର ହୋଇଥିବା ମନେକରି ଯୁବକ ଜଣକ ତାଙ୍କ ବାନ୍ଧବୀଙ୍କ ଭାବି ସ୍ୱାମୀ ପାଖକୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ସବୁ ସେୟାର୍ କରିଥିଲେ।
/sambad/media/post_attachments/wp-content/uploads/2020/11/Dharmagarh-VIRAL-ACCUSED_3-1024x768.jpg)
ଯାହାକୁ ନେଇ ଥାନାରେ ମାମଲା ହେବାପରେ ପୁଲିସ ଘଟଣାର ତଦନ୍ତ କରିଥିଲା। ସାଇବର୍ ସେଲ୍ ସହଯୋଗରେ ସ୍ଥାନୀୟ ପୁଲିସ ପାରଳାଖେମୁଣ୍ଡିରୁ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଧର୍ମଗଡ଼ ଥାନା ଆଇଆଇସି ଚନ୍ଦ୍ରଶେଖର ଶବର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/viral-video.jpg)