କୋରାପୁଟ: କୋରାପୁଟ ସହର ଗୁଣ୍ଡିଚା ଛକରେ ରହୁଥିବା ବିରେନ୍ଦ୍ର କୁମାର ମଲ୍ଲିକ ଆଜି ମସ୍ତିପୁଟ ନିକଟ ବାଘରା ଡ୍ୟାମକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବିରେନ୍ଦ୍ରଙ୍କୁ ଅଶୋକ ନଗରର ବି. ସନ୍ତୋଷ ରେଡ୍ଡି ବ୍ଲାକମେଲ କରୁଥିଲେ। ଉକ୍ତ ଯୁବକ ଜଣକ ୧୩ ଲକ୍ଷ ଟଙ୍କା, ସୁନା ନେଇଥିବାବେଳେ ବିରେନ୍ଦ୍ର ମାଗୁଥିଲେ ମଧ୍ୟ ତାଙ୍କୁ ଦେଉ ନ ଥିଲେ। ମାନସିକ ନିର୍ଯାତନା ଦେଉଥିବା ନେଇ ଏକ ଚିଠିରେ ଦର୍ଶାଇଛନ୍ତି। ପୁଲିସ ଘଟଣାରେ କୋରାପୁଟ ସଦର ପୁଲିସ ବି. ସନ୍ତୋଷ ରେଡ୍ଡିଙ୍କୁ ଅଟକ ରଖି ପଚରାଉଚୁରା କରିଥିବା ଜଣାପଡିଛି।
ତେବେ ଘଟଣା ସମ୍ପର୍କରେ ବିରୋନ୍ଦ୍ରଙ୍କର ଦୁଇ ସାଙ୍ଗଜାଣିବାକୁ ପାଇଥିଲେ। ଏହାପରେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଶବକୁ ଉଦ୍ଧାର କରିଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।