ବରପାଲି : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଭଟିଗାଁ ନିକଟରେ ରହିଥିବା ରେଳ ବିଭାଗର ଟ୍ରାନ୍ସଫର୍ମର ତାର ଧରି ଜଣେ ଯୁବ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ବରଗଡ଼ ଜିଲ୍ଲା କୁରୁଆଁ ଗ୍ରାମର ନିରୋଜ ସେଠଙ୍କ ପୁଅ ବିଦ୍ୟାଧର ସେଠ(୨୨) । ସୋମବାର ସନ୍ଧ୍ୟାରେ ଏକ ନୀଳ ରଙ୍ଗର ସ୍କୁଟି ଧରି ସେ ଫାଟକ ପାଖ ରାସ୍ତା ଦେଇ କିଛି ଦୂର ଯାଇଥିଲେ। ସେଠାରେ ସ୍କୁଟି ରଖି ସିଗ୍ନାଲ କୋଠରୀ ନିକଟରେ ଥବା ଏକ ଟ୍ରାନ୍ସଫର୍ମର ଉପରକୁ ଚଢ଼ି ତାରକୁ ଧରି ପକାଇଥିଲେ। ସେ ଛିଟିକି ତଳେ ପଡ଼ି ଯାଇଥିଲେ। ପାଖ ବିଲରେ କାମ କରୁଥିବା ଲୋକ ପହଞ୍ଚିବା ବେଳକୁ ବିଦ୍ୟାଧରଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପୁଲିସ୍ ସ୍କୁଟି ନମ୍ବର ଯାଂଚ କରିବା ପରେ ଯୁବକଙ୍କ ପରିଚୟ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲା। ସୋମବାର ମଧ୍ୟାହ୍ନରୁ ବିଦ୍ୟାଧର ବରଗଡ଼ ଯାଉଛି କହି ସଂପର୍କୀୟ ଭାଇର ସ୍କୁଟି ନେଇ ଆସିଥିଲେ। ଆର୍ପି ପୁଲିସ୍ ମାମଲାର ତଦନ୍ତ ଜାରି ରଖିଛି।
ଟ୍ରାନ୍ସଫର୍ମର ତାର ଧରି ଯୁବକଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2020/08/suicide1-1561129956-1562392178-1589618604.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)