ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଯୁବକକୁ କୋର୍ଟ ଚାଲାଣ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନସ୍ଥ ବାଲିପାଟଣା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଯୁବକକୁ ମହଙ୍ଗା ପଡିଛି । ସ୍ଥାନୀୟ ପୁଲିସ ସାଜନ ଖାନ (୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ , ଅଭିଯୁକ୍ତ ଯୁବକ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ପ୍ରଥମେ ଭଲ ପାଇବାର ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲା । ନାବାଳିକା ଜଣଙ୍କ ଏହାରି ଭିତରେ ଗର୍ଭବତୀ ହୋଇଥିଲେ । କିନ୍ତୁ ଧୋକାବାଜ ପ୍ରେମିକ ଘଟଣାକୁ ଅସ୍ବୀକାର କରିଥିଲା । ଥାନାରେ ଅଭିଯୋଗ ପରେ ଯୁବକଙ୍କୁ ପୁଲିସ ଗିରଫ କରିଥିଲା । ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୁବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଡ଼ିଏନ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯିବା ସହିତ ଅଭିଯୁକ୍ତକୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଯୁବକକୁ ବିଚାର ଵିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର