ଯାଜପୁର: ଯାଜପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅଞ୍ଚଳର ଦଶାଶ୍ବମେଧ ଘାଟ ନିକଟରେ ଥିବା ବାରୁଣୀ ମହା ଶ୍ମଶାନକୁ ଶବଦାହ କାର୍ଯ୍ୟ କରିବାକୁ ଆସି ଜଣେ ଯୁବକ ନିଜେ ଶବ ହୋଇ ଫେରିଛନ୍ତି।
ରାମବାଗ ହୀରାପୁର ଅଞ୍ଚଳର ନିଶିକାନ୍ତ ସମ୍ପର୍କୀୟକୁ ନେଇ ବାରୁଣୀ ମହା ଶ୍ମଶାନକୁ ଶବଦାହ କାର୍ଯ୍ୟ କରିବାକୁ ଆସିଥିଲେ। ଦାହ କାର୍ଯ୍ୟ ଶେଷ ପରେ ବୈତରଣୀ ନଦୀର ଦଶାଶ୍ବମେଧ ଘାଟକୁ ଗାଧୋଇବାକୁ ଯାଇଥିଲେ। ହେଲେ ବେଆଇନ୍ ଭାବେ ଖୋଳା ଯାଉଥିବା ବାଲିଘାଟ ଯୋଗୁ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ନଦୀ ଶୁଖିଲା ଥିବାବେଳେ ବାଲି ଖୋଳା ହେତୁ ଏପରି ଘଟିଛି ବୋଲି ଅଭିଯୋଗ ହୋଇଛି। ତେବେ ଯାଜପୁର ଦମକଳ ବାହିନୀ ଆସି ମୃତ ନିଶିକାନ୍ତ ମଲ୍ଲିକକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ସୂଚନା ରହିଛି।
Follow Us