ଯାଜପୁର: ପଡ଼ିଆରୁ ମୃତ ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ | ସୂଚନା ଅନୁଯାୟୀ ଯାଜପୁର ସଦର ଥାନା ଅନ୍ତର୍ଗତ ଦେବିଲି ପଞ୍ଚାୟତ ମହମଦାପୁର ଇଟାଇ ପଡିଆରେ ସ୍ଥାନୀୟ ଲୋକ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେ | ମୃତକ ଜଣକ ସେହି ଗ୍ରାମର କଣ୍ଟିଆ ସାହିର ରାଜକିଶୋର ଖୁଣ୍ଟିଆଙ୍କ ପୁଅ ବିଦ୍ୟାଧର ଖୁଣ୍ଟିଆ (୨୮) ବୋଲି ଜଣାପଡ଼ିଛି ।
ପରିବାର ଲୋକଙ୍କ କହିବା ଅନୁଯାୟୀ ଗତକାଲି ରାତିରୁ ବିଦ୍ୟାଧର ଘରୁ ବାହାରି ପରେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇନଥିଲେ ।
ଆଜି ସକାଳୁ ତାଙ୍କ ମୃତଦେହକୁ ଦେଖି ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ | ତେବେ ତାଙ୍କୁ ହତ୍ୟା କରି ମାରି ଦିଆଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି । ତେବେ ଏହା ହତ୍ୟା ନା ଅନ୍ୟ କିଛି କାରଣ ଅଛି ତା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଘଟଣାସ୍ଥଳରେ ଯାଜପୁର ସଦର ଥାନା ଅଧିକାରୀ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/dead-bbc-4.jpg)