ଭଦ୍ରକ/ ନଳାଙ୍ଗ: ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଞ୍ଚାୟତର ଡିହକଲେଇ ଗ୍ରାମର ଆଲୋକ ନାୟକଙ୍କ ବଡ଼ ପୁଅ ସୌରଭ ନାୟକ ଓରଫ ମଙ୍ଗିଆ (୨୦)। ବିଶ୍ଵକର୍ମା ପୂଜା ପାଇଁ ରାତିରେ ମଟର ସାହାଯ୍ୟରେ ଗାଡି ଧୋଉଥିବା ସମୟରେ ବିଦ୍ୟୁତ ଆଘାତ ଲାଗିଥିଲା। ସେଠାରେ ସେ ଅଚେତ ହୋଇ ପଡ଼ିବାରୁ ତାଙ୍କୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ଡାକ୍ତର ଖାନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଖବର ପାଇ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି। ସେଥିଲେ ଜଣେ ଶାନ୍ତ, ସରଳ ଏବଂ ପରଉପକାରୀ ଯୁବକ।
ଏହି ଦୁଃଖଦ ଘଟଣାରେ ସରପଞ୍ଚ ନିରଞ୍ଜନ ମଲ୍ଲିକ, ସମିତି ସଭ୍ୟା ଅହଲ୍ୟା ମଲ୍ଲିକ, ଯୁବନେତା ତାପସ ରାୟ, ଶିକ୍ଷକ ନେତା ବାବୁଲା ରାଉତ ପରିବାରକୁ ସମବେଦନା ଜଣାଇଛନ୍ତି। ସେଥିଲେ ଜଣେ ଯୁକ୍ତ ତିନିବାଣିଜ୍ୟ ଦ୍ୱିତୀୟ ବର୍ଷର ମେଧାବୀ ଛାତ୍ର ତାଙ୍କର ଏପରି ଖବର ପାଇ ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ, ପାଳିଆବିନ୍ଧାରେ ତାଙ୍କ ଆତ୍ମାର ଶାନ୍ତି ପାଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିରବ ପାର୍ଥନା କରାଯାଇଥିଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/IMG-20220917-WA0090.jpg)