ପାଣିରେ ବୁଡ଼ି ଯୁବକ ମୃତ

ରାଉରକେଲା : କଲଭର୍ଟ ଉପରେ ଶୋଇଥିବାବେଳେ ନଳକୁ ଖସିପଡି ଯୁବକଙ୍କର ମୃତ୍ୟୁ | ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଜଣିଆଁ ଗ୍ରାମରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ସଚିନ ଟିଗା (୨୮) ଗାଁ ନିକଟ ଢ଼ିପାସାହି କଲଭର୍ଟ ଉପରେ ଶୋଇଥିବା ବେଳେ ହଠାତ୍ ତଳକୁ ଗଡି ପଡିଥିଲେ |

କଲଭର୍ଟ ତଳେ ଚାରି ଫୁଟ୍ ଗଭୀର ପାଣି ଥିଲେ ବି ମୁହଁ ମାଡ଼ି ପଡ଼ି ଯିବାରୁ ଉଠି ପାରି ନଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଲହୁଣୀପଡ଼ା ଚିକିତ୍ସାଳୟକୁ ଆଣିଥିଲେ ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଆଜି ସଚିନଙ୍କର ସାନ ଭାଇ ଦିପକ ଟିଗା କେ. ବଲାଙ୍ଗ ଥାନାରେ ଘଟଣା ସମ୍ପର୍କରେ ଅବଗତ କରିଥିଲେ।

ପୁଲିସ ଲହୁଣୀପଡ଼ା ଚିକିତ୍ସାଳୟର ଡାକ୍ତରଙ୍କ ଦ୍ଵାରା ଶବ ବ୍ୟବଛେଦ କରାଇବା ପରେ ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରିଛି ଓ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି |

ସମ୍ବନ୍ଧିତ ଖବର