ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବାଉଁଶୁଣୀ ପଞ୍ଚାୟତ କାର୍ଯ୍ୟାଳୟକୁ ଖାଉଟି ସାମଗ୍ରୀ ନେବାକୁ ଆସି କାର୍ଯ୍ୟାଳୟ ପରିସରରେ ଛିିଡା ହୋଇ ଅପେକ୍ଷା କରିଥିବାବେଳେ ଜଣେ ୧୭ବର୍ଷର ନାବାଳକ ହଠାତ ଟଳି ପଡିଛନ୍ତି । ନାବାଳକ ଜଣକ ହଠାତ ତଳେ ପଡିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି |

Advertisment

ମିଳିଥିବା ସୂଚନା ମୁତାବକ ସୁବର୍ଣ୍ଣପୁର ଜିଲ୍ଲା ବାଉଁଶୁଣୀ ପଞ୍ଚାୟତ ଅଧିନସ୍ଥ ଫବସି ଗ୍ରାମର ବିକେସ ଭୁଏ ଛୋଟବେଳୁ ବାପା,ମା ଛେଉଣ୍ଡ ହୋଇଯାଇଥିବାବେଳେ ବୃଦ୍ଧା ଜେଜେମା ତାଙ୍କର ଦାୟିତ୍ୱ ନେଉଥିଲେ | ଵିକେସଙ୍କର ଜଣେ ବଡଭାଇ ଓ ଭଉଣୀ ଅଛନ୍ତି । ବଡ ଭାଇ ଶ୍ରମିକ ଭାବେ କାମ କରୁଥିବାବେଳେ ଆଜି ଖାଉଟି ସାମଗ୍ରୀ ନେବାକୁ ସେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ | ତେବେ ଆଜି ହଠାତ ସେ ଟଳିପଡିଥିଲେ |

ଏହାକୁ ନେଇ ବିନିକା ଥାନା ଅର୍ନ୍ତଗତ ମହାଦେବପାଲି ଫାଣ୍ଡି ଅଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରିଥିଲେ | ତେବେ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବି ହେଉଛି ।