ଭଦ୍ରକ: ବିବାହ ପାଇଁ ଲଗ୍ନ ସରିଥିଲା, ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିଲା । ବର ହୋଇଥାନ୍ତେ, କିନ୍ତୁ ହୋଇଗଲେ ଶବ । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅସୁରାଳୀ ଅଂଚଳର ନାଥ ସାହିରେ । ଗାଁର ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷର ପୁଅ ଚନ୍ଦ୍ରମଣିଙ୍କ ଗତ ୧୧ ତାରିଖରେ ବାହାଘର ସ୍ଥିର ହୋଇଥିଲା । କିନ୍ତୁ ହଠାତ ଜର ହେବାରୁ କରୋନା ଟେଷ୍ଟ କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା ।
ଫଳରେ ବାହାଘରକୁ ୧୮ ତାରିଖ ଅର୍ଥାତ ଆଜି ପାଇଁ ସ୍ଥିର ହୋଇଥିଲା । ଚନ୍ଦ୍ରମଣିଙ୍କ ଦେହ ଟିକିଏ ସୁସ୍ଥ ହେବା ପରେ ବାହାଘର ହେବ ବୋଲି ପରିବାର ଲୋକ ନିଷ୍ପତ୍ତି ନେଇଥିଲେ । ଲୁଗାପଟା କିଣା ସରିଥିଲା, ନିମନ୍ତ୍ରଣ ପତ୍ର ବଂଚା ବି ସରିଥିଲା । କିନ୍ତୁ ହଠାତ୍ ଚନ୍ଦ୍ରମଣି ନିଶ୍ୱାସ ନେବାର କଷ୍ଟ ଅନୁଭବ କରିଥିଲେ । ଅକ୍ସିଜେନ ଲେବୁଲ କମିଯାଇଥିଲା ।
ମେଡିକାଲ ନେବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ହଠାତ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଗାଁରେ ଲୋକେ ଶବ କାନ୍ଧେଇବାକୁ ଆସିନଥିଲେ । ଫଳରେ ସରପଂଚ, ପ୍ରଶାସନିକ ଓ ମେଡିକାଲ କର୍ମଚାରୀ ଅନ୍ତିମ ସଂସ୍କାର କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Man-Dies_Thumbnail.jpg)