ରାଇରଙ୍ଗପୁର: କାନରେ ଇୟର୍ ଫୋନ୍ ଲଗାଇବା ହେଲା କାଳ । ଇୟର୍ ଫୋନ୍ ଲଗାଇ ଗୀତ ଶୁଣୁଥିବା ସମୟରେ ଟ୍ରେନ୍ ଧକ୍ଲାରେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ରେଳପଥର ଟାଟା ନଗର – ବାଦାମପାହାଡ ରେଳ ରୁଟର ରାଇରଙ୍ଗପୁର ରେଳ ଷ୍ଟେସନ ନିକଟସ୍ଥ ସିନ୍ଦୁରଗୌରୀ ରେଳ ଫାଟକ ନିକଟରେ ବାଦାମପାହାଡ-ରାଉରକେଲା (ଟ୍ରେନ୍ ନଂ-୦୮୧୪୮) ଟ୍ରେନ ବାଦାମପାହାଡରୁ ଫେରୁଥିବା ସମୟରେ ସାଇକେଲ ଯୋଗେ ହଠାତ୍ ଜଣେ ଯୁବକ କାନରେ ଇୟର୍ ଫୋନ୍ ଲଗାଇ ରେଳ ଧାରଣା ପାର୍ ହେଉଥିବା ସମୟରେ ଧକ୍କା ହୋଇଥିଲା ।
ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ରେଳବାଇ ପୁଲିସ ଓ ରାଇରଙ୍ଗପୁର ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ ଦୁଇ ମାସ ପୂର୍ବରୁ ଇୟର୍ ଫୋନ୍ ଲଗାଇ ରିଲ୍ସ କରୁଥିବା ସମୟରେ ବାଙ୍ଗିରିପୋଷି ନିକଟରେ ଜଣେ ଛାତ୍ରଙ୍କ ବାଙ୍ଗିିରିପୋଷି-ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/IMG-20240624-WA0003.jpg)