ଡୁଡୁକା: ଆଗଲପୁର (ଡୁଡୁକା) ବ୍ଲକ୍ ଡୁଡୁକା ଗ୍ରାମର କୃଷ୍ଣଚନ୍ଦ୍ର ନାଏକଙ୍କ ସାନପୁଅ ବଳବନ୍ତ ନାଏକ (୨୨ବର୍ଷ)ଙ୍କ ଟ୍ରେନ୍ରେ କଟି ମୃତ୍ୟୁ ହୋଇଛି। ବଲାଙ୍ଗୀର-ବରଗଡ଼ ରେଳ ଲାଇନ ଖଲିଆପାଲି-ଡୁଙ୍ଗୁରିପାଲି ରୋଡ଼ ଷ୍ଟେସନ ଡୁଙ୍ଗୁରିପାଲି ଫାଟକ ନିକଟରେ ଟ୍ରେନ ଧକ୍କାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ବଳବନ୍ତ ସମଲେଇଚୁଆ ଦୁଗ୍ଧ ସମବାୟ ସମିତିରେ କାର୍ଯ୍ୟ କରୁଥିଲେ। ନୂଆଁଖାଇ ପାଇଁ ଗାଁକୁ ଆସିଥିବା ବେଳେ ନୂଆଁଖାଇ ବାସି ଦିନ ଅପରାହ୍ଣରେ କାର୍ଯ୍ୟସ୍ଥଳୀକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଶବକୁ ରେଳବାଇ ପୁଲିସ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଟ୍ରେନ୍ରେ କଟି ଯୁବକ ମୃତ
/sambad/media/post_attachments/wp-content/uploads/2022/06/train.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)