ଖୋର୍ଦ୍ଧା : ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମୋଟର ସାଇକଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ।
ସୂଚନାନୁସାରେ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାବେଳେ ନିରାକାରପୁର ଥାନା ଅଧୀନ ଲେଣ୍ଡୁ ଗାଁର ସୁବାସ ଚନ୍ଦ୍ର ନାୟକ (୩୪) ନିଜର ମୋଟର ସାଇକଲ (ଓଡି୩୩ଟି୦୮୯୧)ରେ ଖୋର୍ଦ୍ଧାରୁ ନିଜ ଘରକୁ ଫେରୁଥିଲେ । ଜାତୀୟ ରାଜପଥ ୧୬ ନିର୍ମାଣ ପାଇଁ ଦଳେଇପୁଟ ଛକରେ କଟାଯାଇଥିବା ଡାଇଭର୍ସନ ଠାରେ ମୋଟରସାଇକଲକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଚାଲଯାଇଥିଲା । ଫଳରେ ସୁବାସଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏନେଇ ସଦର ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।