ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କର ମୃତ୍ୟୁ, ମିଳିପାରିନାହିଁ ପରିଚୟ

ପାଲଲହଡ଼ା: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କର ମୃତ୍ୟୁ | ଆଜି ସନ୍ଧ୍ୟା ୮ ଟା ବେଳେ ପାଲଲହଡ଼ା ଟାଉନ୍ ଠାରୁ ୨ କିମି ଦୂର ୪୮ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ରାଧା ସାହି ନିକଟରେ ଏହି ଦୁର୍ଘଟଣା ଘଟିଛି | କନ୍ତଲା ଆଡ଼ୁ ପାଲଲହଡ଼ା କୁ ଚାଲିଚାଲି ଆସୁଥିବା ଏକ ବ୍ୟକ୍ତି ଙ୍କୁ ଟ୍ରକ୍ ଚାପିଦେବାରୁ ସେ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିଲେ |

ଖବର ପାଇ ପାଲଲହଡ଼ା ଥାନା ଆଇଆଇସି କିଶୋର କୁମାର ସାମଲ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ପାଲଲହଡ଼ା ଡାକ୍ତରଖାନା କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ମୃତ ବ୍ୟକ୍ତିର ପରିଚୟ ଜଣାପଡିନାହିଁ | ପୁଲିସ ମୃତ ବ୍ୟକ୍ତି ର ପରିଚୟ ସହ ଦୁର୍ଘଟଣା ଘଟାଇଥିବା ଟ୍ରକ କୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଛନ୍ତି |

ସମ୍ବନ୍ଧିତ ଖବର

Comments are closed.