ଗଞ୍ଜାମ: ଗଞ୍ଜାମ ବ୍ଲକ ଅଧୀନ ୟୁଡ଼ିଏସପୁର ପଞ୍ଚାୟତ ସଦାଶିବପୁରର ରାଜେନ୍ଦ୍ର ଶତପଥୀ (୨୭) ବାଘୁଆ ବିରୁଡ଼ି ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ସେ ନିଜ ବିଲକୁ ଚାଷ କାମ ଦେଖିବା ପାଇଁ ଯାଇଥିବା ବେଳେ ହଠାତ ଏକ ବିରୁଡ଼ି ଦଳ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ସେ ଏକ ବନ୍ଧରେ ପଶି ଯାଇଥିଲେ।
ଖବର ପାଇ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡ଼ିକାଲ ଓ ସେଠାରୁ ଭୁବନେଶ୍ୱର ସ୍ଥାନାନ୍ତର କରୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ରାଜେନ୍ଦ୍ର ପୂର୍ବରୁ ଗଞ୍ଜାମ ବ୍ଲକରେ ଯୋଗାଣ ସହାୟକ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।