ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଦହିତା ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ଜଣେ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବିଦ୍ୟାଧର ସାମନି। ଗତକାଲି ଗାଧୋଇବା ପାଇଁ ଗ୍ରାଫାଇଟ ଖନନ ହୋଇଥିବା ଖୋଦାନକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ।
ସଂଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାରଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ଆଜି ସକାଳୁ ତାଙ୍କର ଶବ ପାଣିରେ ଭାସୁଥିବା ଲୋକ ଦେଖିବାକୁ ପାଇଥିଲେ। ସାଙ୍ଗେ ସାଙ୍ଗେ ବୁଡେନ ଥାନାକୁ ଜଣାଇଥିଲେ। ବୁଡ଼େନ ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିଥିଲେ। ପୁଲିସ୍ ବ୍ୟବଛେଦ ପାଇଁ ଶବକୁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/8-15.jpg)