ଘୁ.ଉଦୟଗିରି: ଅନ୍ତରଙ୍ଗ ଯୁବ ମହାସଂଘ ଦ୍ୱାରା ୧୭ତମ ଅନ୍ତରଙ୍ଗ ଯୁବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ମୁଖ୍ୟ ଅତିଥି, ୟୁଥ୍ ଫର ୱାଟର ପ୍ଲସ, ଡକ୍ୟୁମେଣ୍ଟେସନ କୋର୍ଡିନେଟର ସ୍ମୃତିରୁପା ସ୍ୱାଇଁ, ଜାତୀୟ ଯୁବ ପ୍ରକଳ୍ପ, ରାଜ୍ୟ କାର୍ଯ୍ୟକାରୀ ସଂଯୋଜକ, ଶ୍ରୀ ସୋମ, ଗ୍ରାମ ବିକାଶର ଜିଲ୍ଲା ସଂଚାଳକ, ବିଶ୍ୱଜିତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ୟୁଥ ଫର୍ ୱାଟର ପ୍ଲାସର ୟୁଥ୍ ଲିଡର କାଉନସିଲ ମେମ୍ବର ଡଃ. ବିଶ୍ୱଜିତ୍ ପଣ୍ଡା, ସ୍ଵାତୀ ସମ୍ପାଦକ ହରିଶଙ୍କର ରାଉତ, ପ୍ରଦାତ୍ତା ସମ୍ପାଦକ ପ୍ରଦୀପ କୁମାର ଦାସ, ବନବାସୀ ସେବା ସମିତି ଓ ସାହାରା ଅନୁଷ୍ଠାନର କର୍ମ କର୍ମକର୍ତ୍ତାମାନେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।
/sambad/media/post_attachments/wp-content/uploads/2023/12/IMG-20231224-WA0238.jpg)
କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ୪୦୦ରୁ ଅଧିକା ଯୁବ କ୍ଲବର ସଭ୍ୟ ସଭ୍ୟାମାନେ ଉପସ୍ଥିତ ଥିବା ବେଳେ ସମ୍ବଲପୁର, ଗଜପତି ଓ ରାୟଗଡ଼ାରୁ ଯୁବ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବାବେଳେ ସମ୍ପାଦକ ହୃଷିକେଶ ପ୍ରଧାନ ବାର୍ଷିକ ବିବରଣୀ ଓ ଆଗାମୀ ବର୍ଷ ପାଇଁ କର୍ଯ୍ୟଖସଡ଼ା ପଠନ କରିଥିଲେ। ୧୨ଟି ବ୍ଲକର ଯୁବ ମହାସଂଘର ସଦସ୍ୟ ସଦସ୍ୟଙ୍କ ଦ୍ଵାରା ଆଗାମୀ ବର୍ଷ ପାଇଁ ଘୁ. ଉଦୟଗିରି ବ୍ଲକରେ ଯୁବ ମହୋତ୍ସବ ଅନୁଷ୍ଠିତ କରିବା ପାଇଁ ମତ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/IMG-20231224-WA0240.jpg)