ସୁନ୍ଦରଗଡ଼: ଆଜି ସକାଳ ୭ଟାରେ ବାରହା ଆକ୍ରମଣରେ ଟାଙ୍ଗରପାଲି ବ୍ଲକ ନିଆଲିପାଲି ପଞ୍ଚାୟତ ତେଲିପାଲି ଚଉରାଢାଲ ଗାଁର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକ ହେଲେ ଗାଁର ସଂଜୟ କିସାନ (୩୬)। ସେ ସକାଳେ ଧାନ ତଳି ନେଇ ବାଇକ୍ ରେ ଗାଁ ପାଖ ବିଲକୁ ଯାଉଥିଲେ। ଏହି ସମୟରେ ଏକ ବାରହା ତାଙ୍କୁ ଆକ୍ରମଣ କରିଥିଲା। ସେ ତଳେ ପଡିଯାଇଥିଲେ। ବାରହା ତାଙ୍କୁ ଆଘାତ କରି ଚାଲି ଯାଇଥିଲା। ଆଖପାଖ ବିଲରେ ଥିବା ଲୋକେ ଦୌଡି ଆସି ଯୁବକଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଛି।
ବାରହା ଆକ୍ରମଣରେ ଯୁବକ ଗୁରୁତର
/sambad/media/post_attachments/wp-content/uploads/2023/08/4e5a4f09-8fd2-440b-a928-287265e0de29.jpg)