ଭାଲୁ ଆକ୍ରମଣରେ ଯୁବକ ଆହତ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଶରାଭଟ୍ଟା ଗ୍ରାମ ପୋଖରୀଠାରେ ଆଜି ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି ।ସୂଚନାଅନୁଯାୟୀ ଦଶରାଭଟ୍ଟା ଗ୍ରାମର ସୁମିତ ଜାଲ (୨୫) ସକାଳେ ୫ ଟା ସମୟରେ ଶୌଚ ନିମନ୍ତେ ଗ୍ରାମ ନିକଟସ୍ଥ ପୋଖରୀକୁ ଯାଇଥିଲେ ।

ଶୌଚ କରି ଫେରିବା ସମୟରେ ପୋଖରୀ ଠାରେ ହଠାତ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ତାଙ୍କ ଜଂଘରେ ଗୁରୁତର ଆଘାତ ଲାଗିଥିଲା ।ସୁମିତ ପ୍ରାଣ ବିକଳରେ ଚିତ୍କାର କରିଥିଲେ । ସୁମିତଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ପରିବାର ଅଟୋ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସୁମିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର