ଆନନ୍ଦପୁର: ରାମଚନ୍ଦ୍ରପୁର ଥାନା ଖଲଣା ପଞ୍ଚାୟତ ଆଗର୍ଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନାବାଳିକାଙ୍କୁ ଆକ୍ରମଣ ଘଟଣାରେ ଗ୍ରାମର ସୁଜିତ୍ ଜେନାଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ମାମଲାର ବିଚାର କରି ଆଜି ରାୟ ଶୁଣାଇଛନ୍ତି। ଜରିମାନା ଅନାଦେୟ ଆଉ ୬ ମାସ କାରାଦଣ୍ଡ ପାଇଁ ରାୟ ଶୁଣାଇଛନ୍ତି।

Advertisment

ସୂଚନା ଅନୁସାରେ ସୁଜିତ୍ ଗ୍ରାମର ଗୋଟିଏ ପରିବାରର ତିନି ଭଉଣୀଙ୍କୁ ସବୁ ସମୟରେ ହଇରାଣ କରି ଆସୁଥିଲା। ୨୦୨୨ ଜୁଲାଇ ୫ତାରିଖ ସଂଧ୍ୟାରେ ଗ୍ରାମର ନିରୁପମା ଜେନା ନିଜର ସାନଭଉଣୀ ଅପର୍ଣ୍ଣା(୧୧)ଙ୍କୁ ନେଇ ଏକ ସ୍କୁଟିରେ ଘରୁ ବାହାରୁଥିବାବେଳେ ସୁଜିତ୍ ସେମାନଙ୍କୁ ଆକ୍ରମଣ କରିଥିଲା। ସୁଜିତ୍ ଏକ ଠେଙ୍ଗାର ଅପର୍ଣ୍ଣାଙ୍କ ମୁଣ୍ଡକୁ ବାଡ଼େଇ ଦେବାକୁ ସେ ସଂଜ୍ଞାହୀନ ‌ହୋଇ ତଳେ ପଡ଼ି ଯାଇଥିଲେ। ପ୍ରଥମେ ସାଇଁକୁଳ ପ‌ରେ ଆନନ୍ଦପୁର ଓ ଅବସ୍ଥା ଅଧିକ ଗୁରୁତର ଥିବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସରକାରୀ ଓକିଲ ଅଶ୍ବିନୀ ମଲିକ ମାମଲାର ପରିଚାଳନା କରିଥିଲେ।