ଉଦ୍ଧାର ହେଲା କାଠଯୋଡ଼ିକୁ ଡେଇଁଥିବା ଯୁବକଙ୍କ ମୃତଦେହ

 

କଟକ: ଆଜି ସକାଳେ କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି | ଓଡ୍ରାଫ ଓ ଦମକଳ ବାହିନୀର ଖୋଜାଖୋଜି ପରେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି | ମୃତ ଯୁବକ ଜଣକ ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳର ବୋଲି ଜଣାପଡିଛି |

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ମୁତାବକ କଟକ-ଭୁବନେଶ୍ୱର କାଠଯୋଡି ପୋଲ ଉପରେ ଆଜି ସକାଳେ ଜଣେ ଯୁବକ ନିଜ ସ୍କୁଟି(ଓଆର ୦୨ ବିଆର ୭୯୫୬) ରଖି ନଦୀକୁ ଡେଇଁପଡ଼ିଥିଲେ | ଯୁବକ ଜଣକ ଖାରବେଳ ନଗର ୟୁନିଟ୍‌-୩ ଅଞ୍ଚଳ ସପନ କୁମାର ବେହେରା(୨୯)। ଯୁବକ ଜଣକ ଏକ ଘରୋଇ କୋରିୟର କମ୍ପାନୀରେ କାର୍ଯ୍ୟରତ ଥିବା ସୂଚନା ମିଳିଛି। ନିଜ ସ୍କୁଟି ରଖି ନଦୀକୁ ଡେଇଁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ଯୁବକଙ୍କ ପରିବାର ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଆଉ ଏବେ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସେ ନଦୀକୁ କାହିଁକି ଡେଇଁଲେ ସେନେଇ ପୁଲିସ ଏବେ ପରିବାରଲୋକଙ୍କୁ ପଚରାଉଚୁରା କରୁଛି |

ସମ୍ବନ୍ଧିତ ଖବର