ଅମ୍ବାଭୋନା: ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ବେନିଆଁପାଲି ଗ୍ରାମର ଅଲେଖପୁର ପଡାସ୍ଥିତ ଗାଁ ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ନିଷ୍ପାପ ଶିଶୁ ଖେଳୁଥିବା ବେଳେ ହଠାତ୍ ଜନୈକ ଯୁବକ ଆସି ଶିଶୁର ଦୁଇ ଗୋଡକୁ ଟେକି କଚାଡି ହତ୍ୟା କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅଲେଖପୁର ପଡାରେ ଶ୍ରନ୍ଧାକର ଭୋଇଙ୍କ ପୁଅ ବିରାଟ ଭୋଇ (୪) ସାଙ୍ଗ ସହିତ ଖେଳୁଥିବା ବେଳେ ହଠାତ ସେହି ଗ୍ରାମର ଯୁବକ ବୀଜିତ ଭୋଇ କୌଣସି କାରଣ ନେଇ ଶିଶୁଙ୍କ ଦୁଇଗୋଡକୁ ଟେକି ସ୍ପଷ୍ଟ ଦିବାଲୋକରେ କଚାଡି ଦେଇଥିଲା । ଶିଶୁକୁ ଅଚେତ ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକ ଉଦ୍ଧାର କରି ସଙ୍ଗେସଙ୍ଗେ ବରଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
/sambad/media/post_attachments/wp-content/uploads/2020/11/224a6de6-008d-49cd-b107-dc570df13c1a-240x300.jpg)
ଡାକ୍ତର ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦେଇଥିଲେ। ସେଠାରେ ଡାକ୍ତର ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ। ଅମ୍ବାଭୋନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା । ସେଠାରେ ଉକ୍ତ ହତ୍ୟାକାରୀ ଯୁବକ ବୀଜିତକୁ ପୁଲିସ ଗିରଫ କରିଛି। ଏ ସଂପର୍କରେ ଶିଶୁର ପରିବାର ଲୋକେ ଅମ୍ବାଭୋନା ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ୍ ଘଟଣା ସଂପର୍କରେ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/d06fceea-33ec-4052-969a-ba0901dd8760.jpg)