ଜୟପୁର: ସଂପ୍ରତି ମଣ୍ଡି ଚାଲିଛି । ତେବେ ଏହାର ପରିଚାଳନାରେ ବ୍ୟାପକ ଅନିମିୟତତା ହୋଇଥିବା ଅଭିଯୋଗ କରିଛି କୋରାପୁଟ ଜିଲ୍ଲା ୟୁଥ୍ ଅର୍ଗନାଇଜେସନ୍ । ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାକୁ ସହକାରୀ ଯୋଗାଣ ଅଧିକାରୀ ରବି ନାରାୟଣ ନନ୍ଦ ଗ୍ରହଣ କରିଛନ୍ତି। ଅର୍ଗନାଇଜେସନର ସଂଯୋଜକ ରବିନ୍ଦ୍ର ମହାପାତ୍ର, ପୂର୍ବତନ ପୌର କାଉନସିଲର ଭୋଗଲ ଯଶପାଲ ସିଂ, ମନୋଜ କୁମାର ବେହେରା, ଗୋପି ରାଓ, ବିଟୁ ହୋତା ଆଦି ଏହି ଦାବି ପତ୍ର ପ୍ରଦାନ କରିଛନ୍ତି।
ଏପରିକି ଲୋଡିଂ, ଅନଲୋଡିଂ, ଟ୍ରାନସଫୋର୍ଟେସନ୍ ସହ ମିଲକୁ ପହଚାଂଇବା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ଆଦି ଚାଷୀ ନିଜେ ବହନ କରୁଛନ୍ତି। ଅନ୍ୟ ପକ୍ଷରେ ମଣ୍ଡିରୁ ମିଲକୁ ଧାନ ପହଚାଂଇବା, ବସ୍ତା, ପ୍ୟାକିଂ, ମଣ୍ଡି ହ୍ୟାଣ୍ଡଲିଂ ଆଦି ଖର୍ଚ୍ଚ ନାଁରେ ଲକ୍ଷ ଲକ୍ଷ ଟଙ୍କା ସରକାର ବହନ କରୁଛନ୍ତି। ଯଦି ଚାଷୀ ମାନେ ଏସବୁ କରୁଛନ୍ତି ତେବେ ଏହି ଟଙ୍କା କିଏ ପାଉଛି ତାହାକୁ ନେଇ ଅର୍ଗନାଜେସନ୍ ପକ୍ଷରୁ ପ୍ରଶ୍ନ କରାଯାଇଛି।
ମଣ୍ଡିରେ ବସିଥିବା କର୍ମଚାରୀ ମାନେ ମଣ୍ଡିକୁ ଗାଡି ଆସିବା ନ ଦେଖି ବି ମିଲର ଦଲାଲ, ଏଜେଣ୍ଟ ମାନଙ୍କ ସହ ସଲାସୁତରା କରି ଏଣ୍ଟ୍ରି କରୁଥିବା ଅଭିଯୋଗ କରିଛନ୍ତି। ମଣ୍ଡି ଗୁଡିକରେ ହେଉଥିବା ବ୍ୟାପକ ଅନିମିୟତତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/jpr-district-youth-assocition-1.jpg)