ଖଡ଼ିଆଳ: ଗ୍ରାମବାସୀଙ୍କ ପାଇଁ ସ୍ୱଚ୍ଛ ଓ ଫ୍ଲୋରାଇଡ ମୁକ୍ତ ପାଣି ପାଇଁ ଯୁବକଙ୍କ ଆନ୍ଦୋଳନ | ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଘରଧରା ଗ୍ରାମରେ ଜଣେ ଯୁବକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି | ହେମନ୍ତ ରଣା ନାମକ ଯୁବକ ଆଜି ଘରଧରା ଗ୍ରାମଠାରେ ଥିବା ଏକ ଟାୱାର ପାଖରେ ଚଢି ଆନ୍ଦୋଳନ କରିଛନ୍ତି।
ଗ୍ରାମରେ ଥିବା ତିନି ଗୋଟି ନଳକୂପ ରହିଥିବା ବେଳେ ଦୁଇ ଗୋଟି ନଳକୂପ ଫ୍ଲୋରାଇଡ଼ ଯୁକ୍ତ ହୋଇଥିବାରୁ ଗ୍ରାମବାସୀମାନେ ଅଙ୍ଗନୱାଡିଠାରେ ଥିବା ନଳକୂପ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ।
କିନ୍ତୁ ଅଙ୍ଗନୱାଡି କର୍ମୀ ଏହି ନଳକୂପ ପାଚେରୀ ମଧ୍ୟରେ ଥିବାରୁ ପାଚେରୀ ବନ୍ଦ କରିଦେଇଥାନ୍ତି। ଫଳରେ ହେମନ୍ତ ରଣା ଅଙ୍ଗନୱାଡି କର୍ମୀ ପାଚେରୀ ଖୋଲା ରଖିବା ପାଇଁ ଟାୱାରରେ ଚଢି ଆନ୍ଦୋଳନ କରିଥିଲେ। ଅନେକ ବୁଝାସୁଝା ପରେ ଯୁବକ ଜଣକ ଟାୱାରରୁ ଓହ୍ଲାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/e306406f-f1d4-454a-998c-60fe068ea363.jpg)