ଭଦ୍ରକ: ଭଦ୍ରକର ଚରମ୍ପାର ଏକ ହୋଟେଲ ଭିତରେ ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ବେଳେ ଖବର ପାଇଁ ଭଦ୍ରକ ଟାଉନ୍ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଯୁବକଙ୍କ ଶବ ଉଦ୍ଧାର କରିଥିଲା। ଯୁବକ ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ଘଟଣାରେ ବାଲେଶ୍ବରରୁ ଏକ ସାଇନଟିଫିକ ଟିମ ଆସି ଘଟଣାସ୍ଥଳରେ ତଦନ୍ତ କରିଛି।
ମୃତକଙ୍କ ନିକଟରୁ ପୁଲିସ ଏକ ସୁଇସାଇଡାଲ ନୋଟ ଜବତ କରିଛି। ଏହି ଘଟଣାରେ ଭଦ୍ରକ ଟାଉନ୍ ଥାନାରେ ୮୬/୨୩ରେ ଏକ ମାମଲା ରୁଜୁ କରି ଭଦ୍ରକ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୃତ ଯୁବକଙ୍କ ନାମ କମଳାକାନ୍ତ ସ୍ୱାଇଁ ହୋଇଥିବାବେଳେ ତାଙ୍କ ଘର ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ନୟକାଣିଡିହି ଥାନାର ଗୋବିନ୍ଦପୁର ଗ୍ରାମରେ ବୋଲି ପୁଲିସ ସୂଚନା ଦେଇଛି।