ବସ୍ତା: ଜଣେ ଯୁବତୀଙ୍କ ସହ ଭିଡିଓ କଲ୍‌ରେ ଅଶ୍ଳୀଳ କାମ କରି ଫସିଲେ ଯୁବକ। ଏମିତି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଧୀନ ବହାର୍ଦ୍ଦା ଗ୍ରାମରେ। ଗ୍ରାମର ଜଣେ ଯୁବକଙ୍କ ସହ ଇଷ୍ଟାଗ୍ରାମ୍‌ରେ ଜଣେ ଯୁବତୀ ସମ୍ପର୍କ ବନାଇଥିଲେ। ପରେ ସେମାନେ ହ୍ବାଟ୍‌ସ-ଆପ୍‌ ନମ୍ବର ଦିଆନିଆ ହୋଇଥିଲେ। ଭିଡିଓ କଲ୍‌ ମାଧ୍ୟମରେ ଅଶ୍ଳୀଳ କାମ କରିଥିଲେ। ତେବେ ପରେ ଯୁବତୀ ଜଣକ ସେହି ସମୟରେ ଭିଡିଓ ରେକଡିଂ ଜରିଆରେ ଯୁବକଙ୍କୁ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କଲେ।
୪ ଲକ୍ଷ ଟଙ୍କା ଦିଅ, ନହେଲେ ଭିଡିଓକୁ ଭାଇରାଲ୍‌ କରି ଦେବି ବୋଲି ଧମକ ଦେଇଥିଲେ। ଯୁବକ ଜଣକ ମାନସମ୍ମାନ ରକ୍ଷା ପାଇଁ ଗୋଟିଏ ଫୋନ୍ ପେ ନମ୍ବରରେ ଯୁବତୀଙ୍କୁ ୬ ହଜାର ଟଙ୍କା ଦେଇଥିଲେ। ପରେ ଯୁବତୀ ଜଣକ ବାରମ୍ବାର ଧମକ ଦେବା ସହ ଅଧିକ ଟଙ୍କା ମାଗିଥିଲେ। ଫଳରେ କିଛି ଉପାୟ ନପାଇ ଆଜି ସୋମବାର ଯୁବକ ଜଣକ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
Advertisment