କଳାହାଣ୍ଡି: ଟିମ୍ ଇଣ୍ଡିଆ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ରନରେ ହାରି ବିଶ୍ୱକପରୁ ବିଦାୟ ନେଇଛି । ଭାରତୀୟ ଦଳର ବ୍ୟାଟିଂ ଆରମ୍ଭରୁ ଟିଭି ସେଟ୍ ଆଗରେ ସ୍ତବ୍ଧ ହୋଇ ବସିଥିବା କୋଟି କୋଟି ଭାରତୀୟ ଶେଷରେ ନିରାଶ ହେବାକୁ ପଡିଥିଲା । ଭାରତ ପରାଜୟ କ୍ରୀଡା ପ୍ରଶଂସକମାନେ ଏତେ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ।
/sambad/media/post_attachments/wp-content/uploads/2019/07/vlcsnap-2019-07-11-13h41m47s681.png)
ସାଧାରଣତଃ ଭାରତ ଏକ କ୍ରିକେଟ ପ୍ରେମୀ ଦେଶ ବୋଲି ସମସ୍ତେ ଜାଣିଥାନ୍ତି । କିନ୍ତୁ ଏହି ପାଗଳାମି ଯେ ଏଭଳି ଚରମ ସୀମାରେ ପହଞ୍ଚିବ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଗତକାଲି ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ହାରିବା ପରେ କଳାହାଣ୍ଡିର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବକ ଜଣକ ବିଷ ପିଇ ଜମିରେ ପଡି ଥିବାବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଧର୍ମଗଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/vlcsnap-2019-07-11-13h46m54s513.png)