ଶ୍ମଶାନବନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲା ପଶ୍ଚିମ ଓଡ଼ିଶା ଯୁବାମଞ୍ଚ

ସୁନ୍ଦରଗଡ଼: ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପଞ୍ଚମ ସ୍ବନକ୍ଷତ୍ର ଉତ୍ସବ ‘ଉତଥାନ ୨୦୨୧’ ଅବସରରେ ସୁନ୍ଦରଗଡ଼ ସହରର ଚର୍ଚ୍ଚିତ ଶ୍ମଶାନବନ୍ଧୁଙ୍କୁ ସେବା ଓ ସମର୍ପଣ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଛି।

ବଲାଙ୍ଗୀରର ହୋଟେଲ ସ୍ବୟଂ ଓ ରେସର୍ଟରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବର ପ୍ରଥମ ଅଧିବେସନରେ ମୁଖ୍ୟଅତିଥି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଓ ସମ୍ମାନିତ ଅତିଥି ଲୋଇସିଂହା ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ଶ୍ମଶାନବନ୍ଧୁ ସିଦ୍ଧାନ୍ତ କୁମାର ପଣ୍ଡା, ଶିଶିର କୁମାର ବେହେରା, ମନୋଜ କୁମାର ତ୍ରିପାଠୀ ଓ କମଲେଶ କୁମାର ନଥାନୀଙ୍କୁ କୋଭିଡ୍ ସମୟରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ସଭାପତି ଅଜିତ କୁମାର ପତି ଓ ସଂପାଦକ ସୁମନ୍ତ ଶତପଥୀଙ୍କ ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ଯୁବାମଞ୍ଚ ସଦସ୍ୟସଦସ୍ୟାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର