କାମ ତଦାରଖ କରିବାକୁ ଯାଇଥିବାବେଳେ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ କଲେ ଜିଲ୍ଲା ପରିଷଦ ସଭ୍ୟ ଓ ସମର୍ଥକ

ବରୀ: ଯାଜପୁର ଟାଉନର ବରୀ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ କଲେ ଜିଲ୍ଲା ପରିଷଦ ସଦସ୍ୟ ଓ ତାଙ୍କ ସମର୍ଥକ | ନିମ୍ନମାନର କାମକୁ ବିରୋଧ କରିବାରୁ ଜେଇଙ୍କୁ ଜିଲ୍ଲା ପରିଷଦ ସଭ୍ୟ ଦିଲ୍ଲୀପ ମହାନ୍ତି ଆକ୍ରମଣ କରିଥିବାର ଜଣାପଡିଛି | ଆଉ ଏହା ପରେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି କନିଷ୍ଠ ଯନ୍ତ୍ରୀ ବିପ୍ଳବ ପରିଜା | ମିଳିଥିବା ସୂଚନା ମୁତାବକ ବରୀ ବ୍ଲକ ଅନ୍ତର୍ଗତ ଡିହପାଳରେ ଏକ ଖଳା ତିଆରି ହେଉଥିଲା | ତେବେ ଏହି ଖଳା କାର୍ଯ୍ୟର ଆଜି ଢ଼ଳେଇ ପଡ଼ିବାର ଥିଲା | କିନ୍ତୁ ଜେଇ କହିଥିଲେ ଯେ ତାଙ୍କ ଉପସ୍ଥିତିରେ ଢ଼ଳେଇ କାର୍ଯ୍ୟ ହେବ | କିନ୍ତୁ ଆଜି ଜେଇଙ୍କ ଅନୁପସ୍ଥିତିରେ ଢ଼ଳେଇ ପଡୁଥିଲା | ସେହି ସମୟରେ ୨୨ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଦିଲ୍ଲୀପ ମହାନ୍ତି ସେଠାରେ ଉପସ୍ଥିତ ଥିଲେ |

ଏନେଇ ଖବର ପାଇବା ପରେ ଜେଇ ଯେତେବେଳେ ସେଠାରେ ପହଂଚି ନିମ୍ନମାନର କାମକୁ ବିରୋଧ କରିଥିଲେ ସେତେବେଳେ ଜିଲ୍ଲା ପରିଷଦ ସଦସ୍ୟ ଓ ତାଙ୍କ ସମର୍ଥକ ଜେଇଙ୍କୁ ଆକ୍ରମଣ କରିଥିଲେ | ଏଥିରେ ଜେଇଙ୍କର ମୁଣ୍ଡ ଫାଟିଯାଇଥିବାବେଳେ ତାଙ୍କୁ ମାଡ ମାରିବା ପରେ ଏକ ଘରେ ବନ୍ଦ କରି ରଖିଦେଇଥିଲେ | ଏନେଇ ବିଡ଼ିଓଙ୍କ ସୂଚନା ପାଇବା ପରେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା | ତେବେ ବର୍ତ୍ତମାନ ଜେଇ ଥାନାରେ ଥିବାବେଳେ ଜିଲ୍ଲା ପରିଷଦ ସଦସ୍ୟ ଖୁଲମଖୁଲା ବୁଲୁଛନ୍ତି |

ସମ୍ବନ୍ଧିତ ଖବର