ବାଲେଶ୍ବର: ଧଳାଜହରର ପ୍ରମୁଖ ପେଣ୍ଠ ଅରଡ଼ବଜାରର ମସଜିଦ୍ଗଳିରୁ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ବାଡ୍ ଓ ସହଦେବଖୁଣ୍ଟା ଥାନା ପୁଲିସ ଆଜି ୨୩ ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗ ସହ ୬୫ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି। ଏହାସହ କୁଖ୍ୟାତ ନିଶାମାଫିଆ ସେକ୍ ରାଜାର ଭିଣୋଇ ମୁନ୍ନା ଓରଫ୍ ୱାସିଦ ଅହମ୍ମଦ ଖାନ୍(୨୭)କୁ ଗିରଫ କରାଯାଇ ବେଳେ ତାର ସହଯୋଗୀ ବାପୁନା ଓରଫ୍ କାର୍ତ୍ତିକ ଦାସ ସେଠାରୁ ପୁଲିସକୁ ଚକମା ଦେଇ ଖସି ପଳାଇଛି। ଗିରଫ ପରେ ମୁନ୍ନାଠାରୁ ୩ଟି ମୋବାଇଲ ଜବତ କରାଯାଇଥିଲା। ୩୨୫/୨୦ରେ ତାକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯିବା ସହ ତଦନ୍ତ ପ୍ରକ୍ରିୟା ଆହୁରି ଜୋରଦାର ଆରମ୍ଭ କରାଯାଇଥିବା ସୂଚନା ଦିଆଯାଇଛି।
କୁଖ୍ୟାତ ନିଶାମାଫିଆ ସେକ୍ ରାଜାର ଭିଣୋଇ ଗିରଫ
/sambad/media/post_attachments/wp-content/uploads/2020/11/03bde732-1a1d-40ff-8338-3ad1078df136.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)