କୋରାପୁଟ/ପଟାଙ୍ଗୀ: ଆଜି ସକାଳେ ଆନ୍ଧ୍ରପ୍ରଦେଶର ଚିଲିକାତଲମରୁ କୋରାପୁଟ ଜିଲ୍ଲା ସିମିଳିଗୁଡ଼ାକୁ ଯାଉଥିବା ଏକ ବିୀସ୍ଫୋରକ ବୋଝେଇ ଟ୍ରକକୁ କୋଟାପୁଟ ଜିଲ୍ଲା ପଟାଙ୍ଗୀ ପୁଲିସ ଜବତ କରିଛି। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଏପି ୨୯ ଟିଏ ୭୨୩୨ ନମ୍ବର ବିଶିଷ୍ଟ ଏକ ୧୧୦୯ ଟ୍ରକ୍‌ରେ କେତେକ ଲୋକ ବିସ୍ଫୋରକ ବୋଝେଇ କରି ସେମିଳିଗୁଡ଼ା ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପଟାଙ୍ଗୀ ଥାନା ପୁଲିସ ସେମାନଙ୍କୁ ଅଟକାଇଥିଲା। ଯାଞ୍ଚ ବେଳେ ଟ୍ରକ୍‌ରେ ବିପୁଳ ପରିମାଣର ବିସ୍ଫୋରକ ଥିବା ଦେଖି ପୁଲିସ ଚକିତ ହୋଇଯାଇଥିଲ। ଟ୍ରକ୍‌ ସହିତ ଏଥିରେ ଥିବା ୫ ଜଣଙ୍କୁ ଧରି ପୁଲିସ ଥାନାକୁ ଆଣିଥିଲା। ସେଠାରେ ଅଟକ ଥିବା ୫ ଜଣଙ୍କୁ ପୁଲିସ ପଚରା ଉଚରା କରୁଛି। ଏତେ ପରିମାଣର ବିସ୍ଫୋରକ କାହିଁକି ଓ କୁଆଡେ ଯାଉଥିଲା, ତାକୁ ନେଇ ଏବେ ଯାଞ୍ଚ ଚାଲିଥିବା ଜଣାଯାଇଛି। ଅପରପକ୍ଷେ ଏହି ବିସ୍ଫୋରକଗୁଡ଼ିକ ପ୍ୟାକିଂ ହୋଇ ଥିବାରୁ ସେଥିରେ କି ପ୍ରକାର ବିସ୍ଫୋରକ ରହିଛି ତାହା ବର୍ତ୍ତମାନ ସୁଦ୍ଧା ଯାଞ୍ଚ ହୋଇ ପାରି ନାହିଁ।