ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କୋଡିଙ୍ଗା ମାଳିରୁ ପ୍ରତ୍ୟକ ଦିନ ଶତାଧିକ ହାଇୱା ଟିପର ଗାଡିରେ ବକ୍ସାଇଟ୍‌ ପରିବହନ କରାଯାଉଛିା କୋଡିଙ୍ଗାମାଳିରୁ ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ରାୟଗଡା ଓ କାକିରିଗୁମା ରେଲୱେ ଷ୍ଟେସନକୁ ବକ୍ସାଇଟ୍‌ ପରିବହନ କରାଯିବା ପରେ ସେଠାରୁ ବେଦାନ୍ତ କମ୍ପାନିକୁ ଟ୍ରେନ ଯୋଗେ ବକ୍ସାଇଟ୍‌ ନିଆଯାଉଛିା ରାୟଗଡାକୁ ଦୀଘ ୬୦ କିଲୋମିଟର ଓ କାକିରିଗୁମାକୁ ୨୦ କିଲୋମିଟର ଜାତୀୟ ରାଜପଥରେ ସାଧାରଣ ଲୋକଙ୍କ ସମସ୍ୟାକୁ ନବୁଝି ସରକାରଙ୍କ ଦ୍ୱାରା ବକ୍ସାଇଟ୍‌ ପରିବହନ କରାଯାଉଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହୋଇଯାଉଛିା

Advertisment

ଚଳିତ ମାସ ୧୧ ତାରିଖ ଧାମନଗଣ୍ଡା ଠାରେ ଏପରି ଏକ ହାଇୱା ଦୁର୍ଘଟଣାରେ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଯୁବକଙ୍କ ମୃତ୍ୟୁପରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ରାସ୍ତାରୋକରେ ସେଦିନ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌ ମଧ୍ୟ ପ୍ରାୟ ଦେଢଘଣ୍ଟା ଫସିରହିଥିଲେ ଓ ପରେ କୋଡିଙ୍ଗାମାଳି ବକ୍ସାଇଟ ଖନନ ଉପରେ ତାଗିଦ କରିବା ପରେ ଆବଶ୍ୟକ ବନ୍ଦୋବସ୍ତ କରାଯାଇ ବକ୍ସାଇଟ୍‌ ପରିବହନକୁ ନିର୍ଦେଶ ଦେଇଥିଲୋ

ସେହିଦିନ ଠାରୁ ବିଭିନ୍ନ ସମସ୍ୟା ନେଇ ବକ୍ସାଇଟ୍‌ ପରିବହନ ବନ୍ଦ ରହିଥିବା ବେଳେ ଗତ କିଛି ଦିନ ତଳେ ଲକ୍ଷ୍ମୀପୁରରୁ ରାୟଗଡା ଓ ଲକ୍ଷ୍ମୀପୁରରୁ କାକିରିଗୁମା ପର୍ଯ୍ୟନ୍ତ ସ୍ପିଡ୍‌ ବ୍ରେକର ଗୁଡାକ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବେଳେ ଆଜି ଜିଲ୍ଲାପାଳଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍‌ ପହଞ୍ଚି ସମସ୍ତ ହାଇୱା ଟିପର ଗୁଡିକର ବେଗ ନିୟନ୍ତ୍ରଣ ଦେଖିବା ସହ ଡ୍ରାଇଭର ମାନଙ୍କର ଲାଇସେନ୍‌ସ ମଧ୍ୟ ଚେକିଂ କରିଥିଲୋ।