ଗଞ୍ଜାମ: ରବିବାର ସକାଳେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମୁଡ଼ା ଗାଁ’ରେ ଜଣେ ଯୁବକଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଯାଇଛି।
ମୃତ ଯୁବକଙ୍କ ନାମ କୈଳାସ ପ୍ରଧାନ ଏବଂ ତାଙ୍କ ବୟସ ୩୦ ରୁ ୩୫ ମଧ୍ୟରେ। ଗତରାତିରେ ସେ ନିଜ ଗାଁ’ରେ ଆୟୋଜିତ ‘ମେରୁଯାତ୍ରା’ରେ ଦଣ୍ଡନାଟ ଦେଖି ଯାଇଥିଲେ। ଆଜି ସକାଳ ପ୍ରାୟ ୭ଟା ବେଳେ ତାଙ୍କର ଶବ ସେହି ଗାଁ’ର ଜଣେ ଲୋକଙ୍କ ପିଣ୍ଡାରେ ପଡ଼ିଥିବା ଦେଖାଯାଇଥିଲା। ତାଙ୍କ ମୁଣ୍ଡ ଏବଂ ମୁହଁରେ ସାମାନ୍ୟ ଆଘାତ ଚିହ୍ନ ରହିଛି। ତାଙ୍କୁ କେହି ପିଟି ପିଟି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଖବର ପାଇ ପୁରୁଷୋତ୍ତମପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗଞ୍ଜାମ: ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ
/sambad/media/post_attachments/wp-content/uploads/2018/04/ganjam-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)