ନୂଆପଡ଼ା: ନେହରୁ ଯୁବକେନ୍ଦ୍ର ନୂଆପଡ଼ା ଆନୁକୂଲ୍ୟରେ ସ୍ଥାନୀୟ ପର୍ଯ୍ୟଟନସ୍ଥଳୀ ପତୋରା ଯୋଗେଶ୍ୱର ମନ୍ଦିର ପରିସରରେ ପଯ୍ୟର୍ଟନ ପର୍ବ ପାଳିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଯୁବକାର୍ଯ୍ୟକ୍ରମ ଖେଳ ଓ ପଯ୍ୟର୍ଟନ ମନ୍ତ୍ରଣାଲୟର ନିର୍ଦେଶକ୍ରମେ ଚଳିତ ମାସ ୫ ତାରିଖରୁ ଚାଲିଥିବା ପଯ୍ୟର୍ଟନ ପର୍ବ ଅବସରରେ ପତୋରା ଠାରେ ଆୟୋଜିତ କାଯ୍ୟର୍କ୍ରମରେ ସାଂସଦ ପ୍ରତିନିଧି ସୁରେଶ ଆଚାରୀ ମୁଖ୍ୟ ଅତିଥି, ସାରାବଙ୍ଗ ସରପଂଚ ଭରତଲାଲ ରାଉତ, ଧରମବନ୍ଧା ସରପଂଚ ଓମପ୍ରକାଶ କଲାର, ଖୁଟବନଭେରା ସରପଂଚ ଚନ୍ଦ୍ରିକା ଦେୱାଙ୍ଗନ, ପୂର୍ବତନ ନିର୍ବାହୀ ଯନ୍ତ୍ରୀ ବିଘ୍ନେଶ୍ୱର ଶତପଥୀ, କେଜିଏନଟି କମ୍ପ୍ୟୁଟର ନିର୍ଦେଶକ ଜୟନାରାୟଣ ଘୋଷ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲାର ୧୨ କ୍ଲବ ଓ ଦୁଇଟି ଦକ୍ଷତାବୃଦ୍ଧି କେନ୍ଦ୍ରରୁ ଦୁଇଶହ ଯୁବକ ଯୁବତୀ ସାମିଲ ଥିଲେ। ଅତିଥି ଭାବେ ପଯ୍ୟର୍ଟନସ୍ଥଳୀକୁ କିପରି ଆଗକୁ ବଢ଼ାଇ ରାଜ୍ୟ, ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ପହଂଚାଇପାରିବେ ସେନେଇ ସଚେତନତା ସୃଷ୍ଟି କରିବାକୁ ଆହ୍ଵାନ ଦେଇଥିଲେ। ଏହାକୁ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ନରେଶ ଶର୍ମା ପରିଚାଳନା କରିଥିବା ବେଳେ ଏଚିଭ ଇଣ୍ଡିଆ କ୍ଲବ ଗୈାତମା, ରାଜେଶ୍ୱରୀ କ୍ଲବ ସାରାବଂଗ, ଜୟମାତାଦୀ କ୍ଲବ ଖଲନାର ଯୁବକ ଯୁବତୀ ବିଶେଷ ସହଯୋଗ କରିଥିଲେ।
ପତୋରାରେ ପର୍ଯ୍ୟଟନ ପର୍ବ
/sambad/media/post_attachments/wp-content/uploads/2017/10/festival.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)