ପିପିଲି: ପିପିଲି ଥାନା ଅଧିନସ୍ଥ ମଙ୍ଗଳପୁର ବଜାର ନିକଟବର୍ତ୍ତି ଅଞ୍ଚଳରେ ଥିବା ଏକ ମଠର ଜଣେ ବାବା ନାବାଳିକାକୁ ଡାକି ଅସଦାଚରଣ କରି ଗିରଫ ହୋଇଛନ୍ତି। ସୋମବାର ଅପରାହ୍ନରେ ଉକ୍ତ ବାବାଙ୍କୁ ପୁରୀ ସ୍ପେଶାଲ କୋର୍ଟକୁ ଚାଲାଣ କରାଯାଇଥିବା ପିପିଲି ଥାନା ଅଧିକାରୀ ଶରତ କୁମାର ସାହୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳପୁର ଗ୍ରାମର ଜଣେ ନାବାଳିକା ସନ୍ଧ୍ୟାରେ ନିଜ ସାଙ୍ଗମାନଙ୍କ ସହ ଖେଳୁଥିଲା। ଏହି ସମୟରେ ଗିରଫ ହୋଇଥିବା ବାବା ଜଗନ୍ନାଥ ଦାସ ନିଜ ପାଖକୁ ତାକୁ ଡାକି ଅସଦାରଚଣ କରିଥିଲେ। ଏନେଇ ନାବାଳିକା ନିଜ ପରିବାରଲୋକଙ୍କୁ ଜଣାଇଥିଲା। ପରିବାର ଲୋକ ଏହା ପରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଏହି ଅଭିଯୋଗକୁ କେନ୍ଦ୍ର କରି ବାବା ଜଗନ୍ନାଥ ଦାସକୁ ଗିରଫ କରିଥିଲା। ଗିରଫ ବାବା ବାସୁଦେବ ମଠର ମହନ୍ତ ଭାବେ କାମ କରନ୍ତି।