ଜୟପୁର: କୋରାପୁଟ ଜିଲ୍ଲାରେ ମତଦାନକୁ ୮୦ ପ୍ରତିଶତକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ମତଦାନ ଅଧିକାରର ବ୍ୟବହାର ଉପରେ ସଚେତନତା ସୃଷ୍ଟି କରିବା ପାଇଁ ବୁଧବାର ଅନୁଷ୍ଠିତ ବୈଠକରେ ଜିଲ୍ଲା ସ୍ୱିପ୍ ନୋଡାଲ ଅଫିସର ଏ ରାଜଶେଖର ରେଡ୍ଡୀ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଉନ୍ନୟନ ଅଧିକାରୀ ବି ସତ୍ୟବତୀ, ଆଇସିଡିଏସ ଏ.ବିଜୟଲକ୍ଷ୍ମୀ ଯୋଗ ଦେଇଥିଲେ। ବୈଠକରେ ମହିଳା ଓ ଶିଶୁ ବିକାଶ ଅଧିକାରୀ ବି ସତ୍ୟବତୀ କହିଲେ, ଆଦିବାସୀ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ସହ ମୁକ୍ତ ପରିବେଶରେ ମତଦାନ ଅଧିକାରର ନିରବଚ୍ଛିନ୍ନ ବ୍ୟବହାର ପାଇଁ ଜନସଚେତନତା କାର୍ଯ୍ୟକ୍ରମ କରାଯାଉ।

Advertisment

ଜିଲ୍ଲା ସୁଇପ୍ ନୋଡାଲ ଅଫିସର ଏ ରାଜଶେଖର ରେଡ୍ଡୀ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ସମସ୍ତ ଅଞ୍ଚଳରେ ମତଦାନ ପ୍ରତିଶତ ବୃଦ୍ଧି କରି ଲୋକମାନେ ଯେପରି ମୁକ୍ତ ପରିବେଶରେ ନିଜର ମତଦାନ ଅଧିକାରବ୍ୟବହାର କରିପାରିବେ ସେଥିପାଇଁ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଜିଲ୍ଲାପାଳ ନିଶାନ୍ତ କୁମାର କହିଛନ୍ତି ଯେ, ଜିଲ୍ଲାପାଳ ନିଶାନ୍ତ କୁମାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାବ୍ୟାପୀ ସ୍ୱିପ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯାହାଦ୍ୱାରା ସମସ୍ତେ ମତଦାନ ଅଧିକାର ବ୍ୟବହାର କରିପାରିବେ, ବିଶେଷ କରି କୋଟିଆର ଆଦିବାସୀ ଅଂଚଳରେ ମତଦାନ ପ୍ରତିଶତ ବୃଦ୍ଧି କରାଯାଇପାରିବ ।