ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ପାତାଳୀ କ୍ଷେତ୍ରରେ ଷୋଡ଼ଶ ପାତାଳୀ ମହୋତ୍ସବ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି, ସଂସ୍କୃତି ଅଧିକାରୀ ଆର୍ତ୍ତତ୍ରାଣ ଥାଟି, ପାତାଳୀ ଟ୍ରଷ୍ଟର ସଭାପତି ଉତ୍ତର ପାତ୍ର ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଛେଲିଆ ପାହାଡ଼ ଉପରେ ପାରାୟଣ ମଣ୍ଡପରେ ଭାଗବତ ପାରାୟଣ ଚାଲିଛି। ଏଥିରେ ପାରାୟଣ ଗାୟକ ଭଗବାନ ଷଡ଼ଙ୍ଗୀ ଓ କର୍ତ୍ତା ଚିତ୍ତରଞ୍ଜନ ପାଢ଼ୀ ରହିଛନ୍ତି। ଏ ଅବସରରେ ୫୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି। ମହନ୍ତ ବଂଶୀଧର ମହାରାଜ, କୋଟସମଲାଇ ବାହାରିପଡ଼ା ସଂକୀର୍ତନ ଦଳ ଭାଗ ନେଇଥିଲେ। ଘୃତ ଯଜ୍ଞରେ ଚମରା ଅମାତ, ଶୈଳେନ୍ଦ୍ରୀ ଅମାତ, ପଣ୍ଡିତ ଦେବାର୍ଚ୍ଚନ ଦାଶ ଦାୟିତ୍ବ ନିର୍ବାହ କରୁଛନ୍ତି। ଏଠାରେ ଭଜନ ସଂଧ୍ୟା ବି ଆୟୋଜିତ ହେଉଛି।
ଷୋଡ଼ଶ ପାତାଳୀ ମହୋତ୍ସବ ଉଦ୍ଘାଟିତ
/sambad/media/post_attachments/wp-content/uploads/2021/02/f6f09ac7-f26a-449a-8b20-b29165a756ed.jpg)