ଜିହାଦୀ ଜନ୍‌

ବ୍ରିଟେନ୍‌ର ରାଜସି˚ହାସନର ଦ୍ବିତୀୟ ଧାଡ଼ିର ଉତ୍ତରାଧିକାରୀ ରୂପେ ବିବେଚିତ ପ୍ରିନ୍‌ସ ଵିଲିଅମ୍‌ ଏବ˚ ତାଙ୍କ ପତ୍ନୀ ଡଚେସ୍‌ ଅଫ୍‌ କ୍ରେମ୍ବିଜ୍‌ କେଟ୍‌ ମିଡ୍‌ଲଟନ୍‌ ଏକ ଦୀର୍ଘ ପାଞ୍ଚ ଦିନିଆ ଗସ୍ତରେ ଆସି ପାକିସ୍ତାନରେ ପହଞ୍ଚିଛନ୍ତି। ଏହା ସତ ଯେ ବ୍ରିଟେନ୍‌ ହେଉଛି ପୃଥିବୀର ପ୍ରାଚୀନତମ ଗଣତନ୍ତ୍ର ଏବ˚ ସେ ଦେଶର ରାଜା ରାଣୀମାନେ ହେଉଛନ୍ତି ଦେଶର ଅଳଙ୍କାର ମାତ୍ର, ଯେପରି ରାଣୀଙ୍କ ମସ୍ତକରେ ସମୟେ ସମୟେ ଶୋଭା ପାଉଥିବା ମୁକୁଟ। କିନ୍ତୁ ତଥାପି ଆନ୍ତର୍ଜାତିକ ସ୍ତରରେ ସେମାନଙ୍କୁ ଯେ ବ୍ରିଟେନ୍‌ର ପ୍ରତିନିଧି ରୂପେ ବିଚାର କରାଯାଏ, ଏଥିରେ କେହି ଦ୍ବିମତ ହେବେ ନାହିଁ। ଵିଲିଅମ୍‌ ଓ କେଟ୍‌ଙ୍କ ଗସ୍ତକୁ ତେଣୁ ପାକିସ୍ତାନରେ ବିପୁଳ ଉତ୍ସାହର ସହିତ ସ୍ବାଗତ ଓ ପ୍ରଚାର କରାଯାଉଛି।

ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗରେ ପାକିସ୍ତାନ ପ୍ୟାରିସ୍‌ ଠାରେ ଚାଲିଥିବା ‘ଫାଇନାନ୍‌ସିଆଲ୍‌ ଆକ୍‌ସନ୍‌ ଟାସ୍କ ଫୋର୍ସ (‘ଏଫ୍‌ଏଟିଏଫ୍‌’) ଶୁଣାଣିରେ କାଠଗଡ଼ାରେ ଛିଡ଼ା ହୋଇଥିବା ସମୟରେ ବ୍ରିଟେନ୍‌ର ଯୁବରାଜ ଦମ୍ପତିଙ୍କର ପାକିସ୍ତାନ ଗସ୍ତ ଏକ ଧାରଣା ସୃଷ୍ଟି କରିପାରେ ସତେ ଯେମିତି ପାକିସ୍ତାନ ଏପରି ଏକ ଶାନ୍ତିର ସ୍ବର୍ଗ ଯେ, ନିରାପତ୍ତା ଦୃଷ୍ଟିରୁ ସର୍ବାଧିକ ସ୍ପର୍ଶକାତର ଶ୍ରେଣୀରେ ଅନ୍ତର୍ଭୁକ୍ତ ଏହି ଦମ୍ପତି ଦୀର୍ଘ ପାଞ୍ଚଦିନ ଧରି ପାକିସ୍ତାନର କୋଣ ଅନୁକୋଣରେ ଘୂରି ବୁଲିବାକୁ ତିଳେ ହେଲେ ଶଙ୍କିତ ନୁହଁନ୍ତି।

କଶ୍ମୀରରେ ଆତଙ୍କବାଦର ବିଲୋପ ସାଧନ କରି ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ଭାରତର ଉଦ୍ୟମ ତା’ର ଏକ ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିଲେ ମଧୢ ପାକିସ୍ତାନ ତା’ ବିରୋଧରେ ଏକ ଆନ୍ତର୍ଜାତିକ ଜନମତ ସୃଷ୍ଟି କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ବେଳେ କେଟ୍‌-ଵିଲିଅମ୍‌ ଗସ୍ତ ପାକିସ୍ତାନକୁ ସମର୍ଥନ ଏବ˚ ଭାରତକୁ ବିରୋଧ କଲା ଭଳି ଏକ ସନ୍ଦେଶ ଦେଇଥାଏ। ବ୍ରିଟେନ୍‌ର ଲେବର‌୍‌ ପାର୍ଟିର ମୁଖ୍ୟ ଜେରେମି କର୍ବିନ୍‌ କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ବିଷୋଦ୍‌ଗାର କରି ମନ୍ତବ୍ୟ ପ୍ରଦାନ କରୁଥିବା ସମୟରେ ଯୁବରାଜ ଦମ୍ପତିଙ୍କର ପାକିସ୍ତାନ ଗସ୍ତ ସେଥିରେ ଆନୁଷ୍ଠାନିକ ମୋହର ଲଗାଇବା ଭଳି ମନେ ହୋଇଥାଏ।

ବ୍ରିଟେନ୍‌ ବର୍ତ୍ତମାନ ପରିସ୍ଥିତିରେ ଏଭଳି ପାକିିସ୍ତାନର ପକ୍ଷ ନେବା ଅର୍ଥ ସେ ଦେଶ (ଯେଉଁ ଦେଶ ଅତୀତରେ ଏ ସମଗ୍ର ଅଞ୍ଚଳକୁ ଅଢେ଼ଇ ଶହ ବର୍ଷ କାଳ ନିଜର ଉପନିବେଶରେ ପରିଣତ କରି ରଖିଥିଲା ଏବ˚ ପ୍ରସ୍ଥାନ ସମୟରେ ଏହାକୁ ଦୁଇଖଣ୍ତ କରିଦେଇ ଚାଲି ଯାଇଥିଲା) ଆନ୍ତର୍ଜାତିକ ଆତଙ୍କବାଦକୁ ସମର୍ଥନ କରୁଛି ଏବ˚ ପ୍ରୋତ୍ସାହନ ଯୋଗାଉଛି। ଏହା ଉଦ୍ଭଟ ଶୁଣାଯାଇ ପାରେ, କିନ୍ତୁ ବ୍ରିଟେନ୍‌ ଯେ ବର୍ତ୍ତମାନ ଏକ ଇସଲାମୀୟ ଆତଙ୍କବାଦ ରତ୍ପାନିକାରୀ ଦେଶରେ ପରିଣତ ହେଲାଣି, ତାହା ନିରପେକ୍ଷ ପର୍ଯ୍ୟବେକ୍ଷକମାନେ ସ୍ବୀକାର କରିବାକୁ ଆରମ୍ଭ କଲେଣି। ଏହା କହିବା ବେଳେ ଆମେ କେବଳ ଇସଲାମିକ ଷ୍ଟେଟ୍‌ (‘ଆଇଏସ୍‌’)ରେ ଯୋଗ ଦେଇଥିବା ବ୍ରିଟିସ୍‌ ନାଗରିକ ଜିହାଦୀ ଜନ୍‌ କିମ୍ବା ସାମିମା ବେଗମ୍‌ଙ୍କ କଥା କହୁନାହୁଁ। ନିଜ ଦେଶରେ ଇସ୍‌ଲାମୀୟ ଆତଙ୍କବାଦ ଦମନ କରିବାକୁ ଉଦ୍ୟମ ଚଳାଇଥିବା ବା˚ଲାଦେଶ ଭଳି ଏକ ମୁସଲମାନ ଦେଶ ମଧୢ ସେଠାକାର ଏହି ସମସ୍ୟା ପାଇଁ ବ୍ରିଟେନ୍‌କୁ ସିଧାସଳଖ ଦାୟୀ କରିବା ଦେଖାଯାଇଛି।

ବ୍ରିଟିସ୍‌ ନାଗରିକମାନେ ବା˚ଲାଦେଶରେ ଇସ୍‌ଲାମୀୟ ଆତଙ୍କବାଦୀ ଆକ୍ରମଣର ଯୋଜନା ପ୍ରସ୍ତୁତ କରିବାରୁ ଆରମ୍ଭ କରି, ସେଥିପାଇଁ ପାଣ୍ଠି ଯୋଗାଇବା ଏବ˚ ଜିହାଦୀମାନଙ୍କୁ ତାଲିମ ଦେବା ପର୍ଯ୍ୟନ୍ତ କାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି ବା˚ଲାଦେଶର ଆତଙ୍କବାଦ ବିରୋଧୀ ଇଣ୍ଟେଲିଜେନ୍‌ସ ବ୍ୟୁରୋ ଦାବି କରିଥାଏ। ୨୦୧୫ରେ ବା˚ଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସୀନା ଏହି ଅଭିଯୋଗକୁ ବିଧିବଦ୍ଧ ସ୍ବୀକୃତି ପ୍ରଦାନ କଲା ଭଳି ବ୍ରିଟେନ୍‌ର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଡେଭିଡ୍‌ କ୍ୟାମେରନ୍‌ଙ୍କୁ କହିଥିଲେ ଯେ ବ୍ରିଟେନ୍‌ର ନାଗରିକମାନେ ବା˚ଲାଦେଶରେ ଇସ୍‌ଲାମୀୟ ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଉଛନ୍ତି।

ଶେଖ୍‌ ହସୀନାଙ୍କର ଏ ଅଭିଯୋଗ ପଛରେ ରହିଥିବା ଉଦାହରଣ ମାନଙ୍କର ତାଲିକା ବେଶ୍‌ ଲମ୍ବା, ଯାହା ପାଇଁ ଏହି ସ୍ତମ୍ଭରେ ଜାଗା ନାହିଁ। ଯେମିତି, ହିଜ୍‌ବ-ଉତ୍‌-ତହ୍‌ରିର ନାମକ ମୌଳବାଦୀ ସ˚ଗଠନ ବା˚ଲାଦେଶରେ ନିଷିଦ୍ଧ ହୋଇଥିଲେ ହେଁ, ବ୍ରିଟେନ୍‌ରେ ନିଷିଦ୍ଧ ନୁହେଁ। ସୈଦ ଗୋଲାମ୍‌ ମୌଲା ନାମକ ଇସ୍‌ଲାମୀୟ ଚରମପନ୍ଥୀ ବ୍ରିଟେନ୍‌ରୁ ଆସି ବା˚ଲାଦେଶରେ ଏହି ସ˚ଗଠନର ଏକ ଶାଖା ପ୍ରତିଷ୍ଠା କରି ସେଠାରେ ଜିହାଦୀ ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଇଥିଲେ। ଚଳିତବର୍ଷ ବା˚ଲାଦେଶୀ ପୁଲିସ୍‌ ହାତରେ ଧରାପଡ଼ିଥିବା ବ୍ରିଟିସ୍‌ ନାଗରିକ ରିଜ୍‌ଵାନ୍‌ ହାରୁନ୍‌ ଢ଼ାକାସ୍ଥିତ ଏକ ସ୍କୁଲର ଛାତ୍ରମାନଙ୍କୁ ‘ଆଇଏସ୍‌’ରେ ଯୋଗ ଦେବା ପାଇଁ ପ୍ରସ୍ତୁତ କରାଉଥିଲା। ବ୍ରିଟେନ୍‌ରେ ବାସ କରୁଥିବା ପ୍ରାୟ ୬ ଲକ୍ଷ ବା˚ଲାଦେଶୀ ସମୁଦାୟ ଇସ୍‌ଲାମୀୟ ଚରମପନ୍ଥୀମାନଙ୍କ ପାଇଁ ଏକ ସୁରକ୍ଷିତ ଅଭୟାରଣ୍ୟରେ ପରିଣତ ହୋଇଛନ୍ତି। ୨୦୧୬ରେ ଢ଼ାକାର ହୋଲି ଆର୍ଟିଜାନ୍‌ ବେକେରି ଉପରେ ହୋଇଥିବା ଭୟାନକ ଆକ୍ରମଣ ପଛରେ ନିହିତ ଥିଲା ବ୍ରିଟେନ୍‌ସ୍ଥିତ ଇସ୍‌ଲାମୀୟ ଦାତବ୍ୟ ଅନୁଷ୍ଠାନ ‘ଗ୍ରିନ୍‌ କ୍ରେସେଣ୍ଟ୍‌’ର ହାତ।

ଯେ କୌଣସି ଆତଙ୍କବାଦୀ ଆନ୍ଦୋଳନର ତିନିଗୋଟି ମୌଳିକ ଆବଶ୍ୟକତା ଥାଏ: ଚିନ୍ତାଧାରା, ଅର୍ଥ ଏବ˚ ଅନୁଗାମୀ। ଇସଲାମୀୟ ଆତଙ୍କବାଦ ପାଇଁ ଏ ତିନିଟି ଯାକ ଆବଶ୍ୟକତା ପୂରଣ କରିବାରେ ବ୍ରିଟେନ୍‌ ଏପରି ଏକ ପ୍ରମୁଖ ସ୍ଥାନ ଦଖଲ କରିଛି, ମନେ ହେଉଛି ଖୋଦ୍‌ ବ୍ରିଟେନ୍‌ ହେଉଛି ଏକ ଜିହାଦୀ ଜନ୍‌। ଏବ˚ ଏହାର ଇତିହାସ ମଧୢ ବେଶ୍‌ ଲମ୍ବା। ପ୍ରଥମ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟରେ ବ୍ରିଟିସ୍‌ ସାମ୍ରାଜ୍ୟ ଯେତେବେଳେ ଆରବ ଅଞ୍ଚଳରେ ନିଜର ପ୍ରଭୁତ୍ବ ବଜାୟ ରଖିବା ପାଇଁ ଚେଷ୍ଟା କରୁଥିଲା ସେତେବେଳେ ସେମାନେ ସାଉଦୀ ଵାହାବି ଏବ˚ ‘ମୁସ୍‌ଲିମ୍‌ ବ୍ରଦର‌୍‌ହୁଡ୍‌’ ଭଳି ଚରମପନ୍ଥୀମାନଙ୍କ ପକ୍ଷ ସମର୍ଥନ କରିଥିଲେ। ବ୍ରିଟିସ୍‌ ସହାୟତାରେ ଏକଦା କୁଏତ୍‌ (ବାସ୍‌ରା) ଅଞ୍ଚଳରେ ନିର୍ବାସିତ ଜୀବନ ବିତାଉଥିବା ଵାହାବିମାନେ ୧୯୦୧ରେ ରିଆଦ୍‌ରେ ନିଜର ଆସ୍ଥାନ ଜମାଇ ପାରିଥିଲେ। ୧୯୨୪ ଏବ˚ ୧୯୨୫ରେ ସେମାନେ ବ୍ରିଟିସ୍‌ ସହାୟତାରେ ଆରବ ଉପଦ୍ବୀପର ପଶ୍ଚିମ ଭାଗକୁ ମଧୢ ନିଜ ଦଖଲକୁ ନେଇ ଯାଇଥିଲେ। ସେଇ ଵାହାବିମାନେ ହେଉଛନ୍ତି ବର୍ତ୍ତମାନ ପୃଥିବୀ ସାରା ମାଡ଼ିଯିବାକୁ ଚେଷ୍ଟା କରୁଥିବା ଇସ୍‌ଲାମୀୟ ମୌଳବାଦ ଓ ତଜ୍ଜନିତ ଆତଙ୍କବାଦର ମୁଖ୍ୟ ପୃଷ୍ଠପୋଷକ। ବ୍ରିଟେନ୍‌କୁ ତେଣୁ ଇସ୍‌ଲାମୀୟ ଆତଙ୍କବାଦର ପାଳକ ପିତା ରୂପେ ବିଚାର କରାଯାଇପାରେ। ତେଣୁ ସେ ଦେଶର ରାଜ ପରିବାରରୁ ପାକିସ୍ତାନ ଗସ୍ତ ନେଇ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ କିମ୍ବା ବ୍ୟସ୍ତ ହେବାର ନାହିଁ। କାରଣ ଏହା ୧୯୦୧ ନୁହେଁ କି ବ୍ରିଟିସ୍‌ ସାମ୍ରାଜ୍ୟ ନାହିଁ। ବର୍ତ୍ତମାନର ବ୍ରିଟେନ୍‌ ହେଉଛି ଏକ କ୍ଷୁଦ୍ର ବାମନ ମାତ୍ର।

ସମ୍ବନ୍ଧିତ ଖବର