କଥାଟିଏ ଯାଯାବର, ମୁଁ ପହଞ୍ଚି ସାରିଛି!

ପ୍ରସିଦ୍ଧ ଜେନ୍‌ ଗୁରୁ ନେନେ କେଉଁଠାରୁ କେଜାଣି ଗୋଟିଏ ତାର ବାଦ୍ୟ ଯନ୍ତ୍ର ପାଇଲେ। ତା’ ପରେ ସେ ସେହି ବାଦ୍ୟର ତାରଗୁଡ଼ିକ ଉପରେ ‌େଗାଟିଏ ସ୍ଥାନରେ ଆଙ୍ଗୁଠି ଚାପି ଅନ୍ୟ ହାତରେ ଅନବରତ ଟୁଂ ଟୁଂ କରି ବଜାଇବାକୁ ଲାଗିଲେ। ବାଦ୍ୟଟିକୁ ଧରିଲା ମାତ୍ରକେ କେବଳ ସେହି ଟୁଂ ଟୁଂ ଶୁଣିବାକୁ ମିଳିଲା। ତାଙ୍କ ଆଶ୍ରମର ସମସ୍ତେ ଦିନ ରାତି ତାହା ଶୁଣି ଶୁଣି ଅତିଷ୍ଠ ହୋଇଗଲେ।
ଦିନେ ଆଶ୍ରମର ଜଣେ ଅନ୍ତେବାସୀ ନେନେଙ୍କୁ କହିଲା- ୟେ’ କ’ଣ କରୁଛନ୍ତି ନେନେ? ଆପଣ ଜାଣି ପାରୁ ନାହାନ୍ତି ଯେ ଆପଣଙ୍କ ଏ ବାଦ୍ୟ ଆମ ଜୀବନକୁ ଦୁର୍ବିଷହ କରି ସାରିଲେଣି। ଯେତେବେଳେ ଦେଖିଲେ ଆପଣ ତାକୁ ସେଇ ଗୋଟିଏ ସ୍ବରରେ ଟୁଂ ଟୁଂ କରି ବଜାଇ ଚାଲିଛନ୍ତି!

ନେନେ ବାଜା ବଜାଇବା ବନ୍ଦ କରି ପଚାରିଲେ- ଆଉ କେମିତି ବଜାନ୍ତି କି?
ଅନ୍ତେବାସୀ ଜଣକ କହିଲେ- ଅନ୍ୟମାନେ ଯେମିତି ବଜାନ୍ତି। ତାର ଉପରେ ହାତକୁ ଏପଟ ସେପଟ କରି ବିଭିନ୍ନ ବାଗରେ ଚଳାଇଲେ ସିନା ବିଭିନ୍ନ ସ୍ବର ବାହାରିବ!
ଏହା ଶୁଣି ନେନେ କହିଲେ- ସେମିତି କୁହନାହିଁ। ଯେଉଁମାନେ ସେମିତି ବଜାନ୍ତି, ସେମାନେ ହାତ ଚାଳନା କରି ଖୋଜୁଥାଆନ୍ତି। ଅଥଚ, ମୁଁ ପହଞ୍ଚି ସାରିଲିଣି।

ସମ୍ବନ୍ଧିତ ଖବର