କ୍ଷୁଧା ପାଇଁ ମେଧା ନଷ୍ଟ ନ ହେଉ

ବିଦ୍ୟାଳୟମାନଙ୍କରେ ସଂପ୍ରତି ଚାଲିଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କୁ ସଂପ୍ରସାରିତ କରାଯାଉ। ତାହା ହେଲେ, ବୋଧହୁଏ କ୍ଷୁଧା ପାଇଁ ମେଧା ନଷ୍ଟ ହୁଅନ୍ତା ନାହିଁ। ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ହଷ୍ଟେଲ ସୁବିଧା ଥାଏ। କିନ୍ତୁ ମାଗଣା ବ୍ୟବସ୍ଥା ନାହିଁ। ସୁତରାଂ ବହୁ ଗରିବ ମେଧାବୀ ଛାତ୍ରଛାତ୍ରୀ ହଷ୍ଟେଲ ଖର୍ଚ୍ଚ ଭରଣା କରି ନ ପାରି ଅଧାରୁ ପାଠ ଛାଡ଼ି ଦେଉଛନ୍ତି।

କଲେଜରେ ପଢୁଥିବା ପିଲାଏ ଅଧାରୁ ପାଠ ଛାଡ଼ି କାମ କଲେ ଭ୍ରୂକୁଂଚନ ହୁଏନାହିଁ। କାରଣ ସେମାନେ ଶିଶୁ ନୁହନ୍ତି, ଭେଣ୍ଡିଆ। ସେମାନେ ଉପାର୍ଜନ କରିବେ ନାହିଁ ତ କିଏ କରିବ? ଏହି ମନୋବୃତ୍ତି ପ୍ରାୟତଃ ପ୍ରଚଳିତ ଥିବାରୁ ଅଭାବୀ ପରିବାରର ପିଲାମାନେ ଅର୍ଥ ବ୍ୟୟ କରି ଶିକ୍ଷା ଜାରି ରଖିବା ଲାଗି କଟାଳ କରି ପାରନ୍ତି ନାହିଁ। ଓଡ଼ିଶା ସରକାରଙ୍କୁ ଅନୁରୋଧ ଏହା ହୃଦୟଙ୍ଗମ କରି ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରନ୍ତୁ। ଗରିବ ଛାତ୍ରଛାତ୍ରୀଙ୍କ ଲାଗି ମାଗଣା ହଷ୍ଟେଲ ବ୍ୟବସ୍ଥା କରାଯାଉ।
ଉତ୍ତମ ହୋତ‌ା
ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ା

ସମ୍ବନ୍ଧିତ ଖବର